ଗଣହତ୍ୟା ଘଟଣା ଓ ସିଲଘରୁ ଚୋରୀ ନେଇ ଗ୍ରାମବାସୀଙ୍କ ଅଭିଯୋଗ

ଫୋକସ ପ୍ଲସ(କଟକ): କଟକ ଜିଲ୍ଳା ମାହାଙ୍ଗା ଥାନା କୁସୁପୁର ଠାରେ ଗତ ଏପ୍ରିଲ ୧୧ତାରିଖ ବିଳମ୍ୱିତ ରାତିରେ ଏହି ଗ୍ରାମର ଶିବ ସାହୁ ଜମିଜମାବିବାଦରୁ ତାର ବଡ଼ଭାଇ ଅଲେଖ ,ଭାଉଜ ରଶ୍ମୀ ରେଖା,ଝିଆରୀ ସ୍ମୃତି ସନ୍ଦିପା ଓ ଦୁଇ ପୁତୁରା ସ୍ମୃତି ସାଇଲ, ସ୍ମୃତି ସୌରଭ ସମେତ ୫ଜଣକୁ ଅତି ନିର୍ମମ ଭାବେ କଟୁରୀ ରେ ହାଣି ହତ୍ୟା କରିଥିଲା। ଏହି ଘଟଣାରେ ସାନ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବଡ଼ଭାଇ ବଂଶ ଲୋପ ପାଇ ଯାଇଥିବାରୁ ପୋଲିସବଡ଼ଭାଇ ଘରକୁ ସିଲ୍ କରିଥିଲା।

କୀନ୍ତୁ ଏହିଘରୁ ଗତ ଦୁଇ ତିନ ଦିନ ହେବ ଚୋରୀ ହୋଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ଏପରିକିବନ୍ଦ ଘର ପଛ ଗେଟ ଖୋଲା ଥିବା ବେଳେ ପୂର୍ବରୁ ଖୋଲା ଥିବା ଝରକା ଗୁଡିକ କପଡା ଟାଙ୍ଗୀ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି। ଘରୁ ଚୋରୀ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ତଦନ୍ତ ପାଇଁ ଦାବୀ କରିଛନ୍ତି।

କଟକ ମାହାଙ୍ଗା ରୁ ହେମନ୍ତ ଦାସ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *