ଫୋକସ ପ୍ଲସ ୮/୨/୨୩(ବାଲିଗୁଡା):ଗଞ୍ଜେଇ ଚୋରା ଚାଳାନା ପାଇଁ ସଜବାଜ ବେଳେ ମାଡି ବସିଲା ପୋଲିସ୍ । ୬୩ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣେ ଚାଲାଣାକାରୀ ଗିରଫ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସବ୍ଇନ୍ସପେକ୍ଟର ଆଶୁତୋଷ ପାଇକରାୟ ନିଜ ଟିମ ସହ ପାଟ୍ରୋଲିଂ କରୁଥିବା ସମୟରେ ଲଣ୍ଡାଗାଁ ପଞ୍ଚାୟତର ଘୋଡାବାଲି ଗାଁ ନିକଟରେ ଗଞ୍ଜେଇ ଚୋରା ଚାଲଣା ପାଇଁ ସଜବାଜ ହେଉଥିବାବେଳେ ୬୨ କେଜି ୨୫୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରି କୋର୍ଟ ଚାଲଣା କରିଛି ପୋଲିସ । ଗିରଫ ବ୍ୟକ୍ତି ଜଣକ ଘୋଡାବାଲି ଗ୍ରାମର ଦୈରାଦ ବାଘ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।
