ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୂଚୀ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରାଯାଇଛି । ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ମଧ୍ୟ ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଆସିକା ଚଳଚଞ୍ଚଳ ହୋଇ ଉଠିଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଜନୈତିକ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ପ୍ରାଧାନ୍ୟ ରାଜ୍ୟରେ ରହିଛି । ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଲଗାତାର ଗସ୍ତ କରୁଛନ୍ତି । ଏପ୍ରିଲ୍ ୨୭ରେ ପାତ୍ରପୁର ଓ ବ୍ରହ୍ମପୁର, ମେ ୮ ରେ ପୁରୁଷୋତ୍ତମପୁର ଗସ୍ତ ପରେ ଜୁନ୍ ୫ ତାରିଖରେ ରମ୍ଭା, ଛତ୍ରପୁର ଓ ବ୍ରହ୍ମପୁର ଗସ୍ତ ରହିଥିଲା । ଦୁଇ ସପ୍ତାହ ପରେ ପୁଣି ଗଞ୍ଜାମ ଜିଲ୍ଲାର ଆସିକା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ।
ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ
