ଫୋକସ ପ୍ଲସ(ଶେରଗଡ଼)୦୭/୦୮/୨୦୨୨ :ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଳକ୍ ପରିଦର୍ଶନରେ ଆସି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରି ବିଭାଗ ଅଧୀନରେ ଚାଲିଥିବା ମେଡିକାଲ, ଜଳସେଚନ ଓ ପାନୀୟଜଳ ଆଦି ସମସ୍ତ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ବ୍ଳକ୍ ର ସମସ୍ତ କାର୍ଯ୍ୟ ନିର୍ବାହ ସହ ନୂତନ ପ୍ରକଳ୍ପ କିପରି ହୋଇପାରିବ ଓ ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାଇବ ଆଦି ବିଷୟରେ ଆଲୋକପାତ କରିଥିଲେ l
କିଛିଦିନ ପୂର୍ବରୁ ଶେରଗଡ଼ “ମିଡ଼ିଆ ହାଉସ୍” ତରଫରୁ ସ୍ଥାନୀୟ ଡାକ୍ତରଖାନା ଉପରେ ଦିଆଯାଇଥିବା ଦାବୀପତ୍ରକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ନିର୍ମାଣ ହେଉଥିବାମେଡିକାଲ ର ନୂଆଁ କୋଠା କାର୍ଯ୍ୟର ସମୀକ୍ଷା ଓ ଡାକ୍ତର ଅନୁପାତକୁ ଧ୍ୟାନ ଦେବା ସହିତ ଅତିରିକ୍ତ ଡାକ୍ତର ନିଯୁକ୍ତି ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଥିଲା ଓ ରୋଗୀମାନେ କିପରି ଉପକୃତ ହୋଇପାଇବେ ସେ ଉପରେ ଗୁରୁତ୍ୱ ଦେବା ପାଇଁ ଜିଲ୍ଲପାଳ ସୂଚନା ଦେଇଛନ୍ତି ।
