ଫୋକସ ପ୍ଲସ 13/12/2022(ଗଣିଆ): ନୟାଗଡ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଗଣିଆ କଣ୍ଟିଲୋ ମୁଖ୍ୟ ରାସ୍ତାର ଗୋପାଳପ୍ରସାଦ ଠାରେ ସୋମବାର ଅପରାହ୍ନ 5 ଘାଣ୍ଟିକ ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି l ସୂଚନା ଥାଉକି ପତଣ୍ଡା ଗ୍ରାମର ବିଜୟ ବେହେରା (39) ଓ ମନୋଜ ବେହେରା (23) କିଛି କାମରେ ନରସିଂହପୁର ଯାଇ ଫେରିବା ବାଟରେ ଗୋପାଳପ୍ରସାଦ ନିକଟରେ ଏକ ଗଛରେ ମାଡ ହୋଇଥିଲେ l ଫଳରେ ଉଭୟ ଛିଟିକି ଏକ ବିଲରେ ପଡ଼ିଥିଲେ l ଘଟଣା ସ୍ଥଳରୁ ରାମଚନ୍ଦ୍ର ମହାବିଦ୍ୟାଳୟ ଅଧକ୍ଷ୍ୟ ମଳୟ କୁମାର ପଣ୍ଡା ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ 108 ଆମ୍ବୁଲାନ୍ସ ଯୋଗେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା l ଅବସ୍ଥା ଶଙ୍କଟାପୂର୍ଣ ଥିବାରୁ ଡାକ୍ତର ମଧୁସୂଦନ ଦାସ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଛନ୍ତି l
