ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ ହୋଇଥାନ୍ତି |

ସ୍ୱାଧୀନତା 75 ବର୍ଷ ପରେ ଗାଁ କୁ ପାନୀୟ ଜଳର ସୁବିଧା ପହଂଚି ପାରି ନାହିଁ, ଏମିତି ଏକ ଗାଁ ରହିଛି ଯେଉଁଠି ଏବେ ବି ଲୋକ ମାନେ ବିଶୁଦ୍ଧ ପାଣି ରୁ ବଞ୍ଚିତ ରହି ନିଜେ ପରିଶ୍ରମ ରେ ଗୋଟେ ଖୋଲା କୂଅ ଖୋଳି 40 ବର୍ଷ ହେଲାଣି ମଇଳା ପାଣିକୁ ପିଇବା ପାଣି ଭାବରେ ଗ୍ରହଣ କରିଛନ୍ତି |

ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ…..
ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଳକ ଖମାର ନିକଟସ୍ଥ ଇଞ୍ଜିଡ଼ି ଗ୍ରାମ ପଂଚାୟତ ଅଧୀନରେ ଥିବା ରଘୁନାଥପୁର ଅର୍ଥାତ ମହାନ୍ତିମୁଣ୍ଡା ନାମରେ ନାମିତ ଏହି ସାହି ଟି | ଏହି ସାହିରେ ପ୍ରାୟ 12 ଟି ଆଦିବାସୀ ପରିବାର ଅଥଚ 40 ଜଣ ଛୋଟ ବଡ ଲୋକ ବସବାସ କରନ୍ତି | ବର୍ଷା ଦିନରେ ରାସ୍ତାର ଅସୁବିଧା ଦେଖାଦେଉଥିବା ବେଳେ ଖରାଦିନେ ପାନୀୟ ଜଳର ଅଭାବ ଦେଖା ଦେଉଛି |

ସତରେ କଣ ଏହି କେତୋଟି ପରିବାର ପାଇଁ ସରକାର ଅନୁଦାନ ନାହିଁ ନା ଏଠି ପ୍ରଶାସନ ଦୃଷ୍ଟି ନାହିଁ? ଏନେଇ ସ୍ଥାନୀୟ ସରପଞ୍ଚ ଏବଂ ବିଡ଼ିଓଙ୍କ ପ୍ରତିକ୍ରିୟା କୌଣସି ପ୍ରକାରରେ ମିଳିପାରିନାହିଁ | ଗ୍ରାମ ବାସୀଙ୍କ ପ୍ରତିକ୍ରିୟା କ୍ରମେ ଅଭିଯୋଗ କରିଛନ୍ତି କି – ଆମେ ପ୍ରତି ନିର୍ବାଚନ ରେ ଭୋଟ ଦେଇଥାଉ ଏବଂ ସ୍ଥାନୀୟ ସରପଞ୍ଚଙ୍କୁ ଆମର ପାଣି ସମସ୍ୟାକୁ ନେଇ ବାରମ୍ବାର କହି ଆସୁଥିଲେ ସୁଦ୍ଧା କୌଣସି କଥାକୁ ଆମର ଶୁଣୁନାହାନ୍ତି |

ଅପରପକ୍ଷରେ ମଧ୍ୟ କହିଛନ୍ତି ବରିଷ୍ଠ ବୃଦ୍ଧ ଜଣେ ଯେ ଇଞ୍ଜିଡ଼ି ପଞ୍ଚାୟତରେ ବାରମ୍ବାର ଗୋଟିଏ ପରିବାରରୁ ସରପଞ୍ଚ ହେଉଛନ୍ତି ଅର୍ଥାତ ତାଙ୍କ ନିଜ ପରିବାର ପାଇଁ ସମ୍ପତ୍ତି ବଢ଼ାଇବାରେ ଯେତିକି ଇଛୁକ ଆମ ଗରିବ ଆଦିବାସୀଙ୍କ ଅସୁବିଧା ବୁଝିବାକୁ ସମୟ ନାହିଁ ବୋଲି କହିଛନ୍ତି |

ଏ ହେଉଛି ରାଜ୍ୟ ସରକାରଙ୍କ 5T ବିକଳ୍ ଚିତ୍ର | ପାଲଲହଡା ପ୍ରଶାସନ କେବେ ନଜର ପକେଇବେ ଏହି ରଘୁନାଥପୁର ଅଂଚଳ ମହାନ୍ତିମୁଣ୍ଡା ସାହି ଉପରେ, ଗରିବ ଆଦିବାସୀଙ୍କ ପାନୀୟ ଜଳର ସଙ୍କଟ କେବେ ଦୂର ହେବ, କାଦୁଅରୁ ଦୂର ପାଇଁ ଭଲ ରାସ୍ତାଟିଏ କେବେ ହେବ, ଏସମୟକୁ ଅପେକ୍ଷା କରିଛନ୍ତି ଏହି ଗ୍ରାମବାସୀ |

Leave a Reply

Your email address will not be published. Required fields are marked *