ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢିଗଲା କାର୍,  ଦୁଇ ଗୁରୁତର।

ଭୁବନେଶ୍ଵର: ବିଦ୍ୟୁତ୍ ଖୁଣ୍ଟକୁ ପିଟି ଡିଭାଇଡରକୁ ଚଢିଗଲା କାର୍,  ଦୁଇ ଗୁରୁତର। ଡମଣା ଛକ ଅଶ୍ଵିନୀ ହସ୍ପିଟାଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କାର୍ ଗତକାଲି ରାତିରେ ଦ୍ରୁତ ଗତିରେ  ଆସୁଥିବାବେଳେ ଏକ ବିଦ୍ୟୁତ୍ ଖୁଣ୍ଟକୁ ପିଟି ଡିଭାଡରକୁ ଚଢି ଯାଇଛି। ଏଥିରେ କାରରେ ଥିବା ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଡିଟି କୋଲକାତା ଅଞ୍ଚଳର ବୋଲି ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆହତଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *