ଫୋକସ ପ୍ଲସ୧୭/୧/୨୩(ବ୍ୟୁରୋ):ଦିନକୁ ଦିନ ପାକିସ୍ତାନ ଲୋକଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଲୋକେ ଖାଇବା ପିଇବାକୁ ପାଉନଥିବାରୁ ଡହଳବିକଳ ହେଉଛନ୍ତି । ଅଟା ଟ୍ରକ ପଛରେ ବାଇକ୍ ଧରି ଗୋଡାଉଛନ୍ତି ପାକିସ୍ତାନୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଭିଡିଓ ଦେଖି ଲୋକେ ଭାବୁଛନ୍ତି, ଏହା କୌଣସି ଏକ ବାଇକ ରାଲି ବୋଲି। କିନ୍ତୁ ଘଟଣା ପ୍ରକୃତରେ ନୁହେଁ। ଲୋକେ ମୋଟର ସାଇକେଲରେ କୌଣସି ରେସ ନୁହେଁ କି ରାଲି ନୁହେଁ ବରଂ ଖାଦ୍ୟ ପାଇଁ ଦୌଡୁଛନ୍ତି। ଅଟା ଥିବା ଟ୍ରକ ପଛରେ ଧାଉଁଛନ୍ତି ଲୋକେ । ନିଜ ପରିବାର ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଉଛନ୍ତି । ଭୋକରେ ଛଟପଟ ହେଉଥିବା ପାକିସ୍ତାନ ଲୋକେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ।ସେଠାରେ ଏକ ଖାଦ୍ୟ ପାଇଁ ହାହାକାର ସୃଷ୍ଟି ହୋଇଛି।ଭାଇରାଲ ହେଉଥିବା ଭିଡିକୁ ନେଇ ନ୍ୟାସନାଲ ଇକ୍ପାଲିଟି ପାର୍ଟିର ଜେକେଜିବିଏଲର ଅଧ୍ୟକ୍ଷ ପ୍ରଫେସର ସଜ୍ଜାଦ ରାଜା ଟ୍ଵିଟ୍ କରି କହିଛନ୍ତି ,ଏକ ଟ୍ରକ ଅଟା ନେଇ ଯାଉଥିବା ବେଳେ ଲୋକେ ଏଭଳି ପଛେ ପଛେ ଧାଉଁଛନ୍ତି, ତାହା ଅତି ନିନ୍ଦନୀୟ ଅଟେ । ଜମ୍ମୁ-କାଶ୍ମୀର ମୁସଲମାନ ନିଜର ଆଖି ଖୋଲିବା ଦରକାର। ସେମାନେ ନିଜକୁ ଭାଗ୍ୟବାନ୍ ମନେ କରୁଥିବେ ଯେ ସେମାନେ ପାକିସ୍ତାନରେ ନୁହଁ ବରଂ ଭାରତରେ ଅଛନ୍ତି। ଏଭଳି ପାକିସ୍ତାନରେ ଆମର କିଛି ଭବିଷ୍ୟତ ଅଛି କି?ପାକିସ୍ତାନ ଏବେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଖାଦ୍ୟ ସାମଗ୍ରୀର ଅଭାବ ପଡିଛି। ଯେଉଁ ଜିନିଷ ଏବେ ବିକ୍ରି ହେଉଛି, ତା’ର ଦାମ୍ ୧୦ ଗୁଣା ବଢିଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏହାକୁ ନେଇ ଲଜିତ ଅନୁଭବ କରୁଛନ୍ତି। ପାକିସ୍ତାନ ଏକ ପରମାଣୁ ଶକ୍ତି ସଂପନ୍ନ ଦେଶ ହୋଇଥିବା ସତ୍ତ୍ୱେ ଭିକ ମାଗିବାକୁ ପଡୁଛି। ଲୋକେ ନ ଖାଇବାକୁ ପାଇ ଛଟପଟ ହେଉଛନ୍ତି ।ଦେଶର ବହୁ ସ୍ଥାନରେ ଏବେ ଅଟାର ଘୋର ଅଭାବ ଦେଖାଯାଇଛି। ଗତ ସପ୍ତାହରୁ ଖୈବର ପାଖତୁନଖ୍ବା, ସିନ୍ଧ ଓ ବେଲୁଚିସ୍ତାନ ପ୍ରଭୃତି ଅଞ୍ଚଳରେ ଅଟାର ଆକାଶଛୁଆଁ ମୂଲ୍ୟ ହୋଇଛି। ଗୋଟିଏ ପ୍ୟାକେଟ ଅଟା ୩୦୦୦ ପାକିସ୍ତାନୀ ଟଙ୍କାରେ ବିକ୍ରି ହେଉଛି।ପାକ୍-ଅଧିକୃତ କାଶ୍ମୀରରେ ଏବେ ଖାଦ୍ୟକୁ ନେଇ ଦଙ୍ଗା ହେବା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ଇସଲାମାବାଦ ଓ ପିଓକେ ସରକାରଙ୍କୁ ଏଭଳି ଉତ୍କଟ ଖାଦ୍ୟ ସଂକଟ ପାଇଁ ଦାୟୀ କରିଛନ୍ତି। ପାକିସ୍ତାନର ଏଭଳି ଅବସ୍ଥା ଆଉ କେତେଦିନ ଚାଲିବ ସେନେଇ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହେଉଛି।
ଖାଦ୍ୟ ପାଇଁ ଦୌଡୁଛନ୍ତି ପାକିସ୍ତାନୀ |
