ଖାଦ୍ୟ ଖାଇବାର ସଠିକ ସମୟ

ଫୋକସ ପ୍ଲସ 2/5/23(ବ୍ୟୁରୋ): ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଭୋଜନ କରିବା ପରେ ଶରୀର ଯେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବ, ତାହା ସ୍ୱାସ୍ଥ୍ୟ ପାଇଁ ଉପକାରୀ। ମାତ୍ର ଭୋଜନ କରିବା ମାତ୍ରେ ତୁରନ୍ତ ଶୋଇବା ଦ୍ୱାରା ଫ୍ୟାଟ୍‌ ଗୁଡିକ ପେଟ ଓ ଅଣ୍ଟା ପାଖରେ ଜମା ହୋଇ ରହିବାକୁ ଲାଗିଥାଏ। ଏହି କାରଣରୁ ଖାଇବାର ତୁରନ୍ତ ପରେ ଶୋଇବାକୁ ବାରଣ କରାଯାଇଥାଏ।
ଶୋଇବାର ୨ ଘଣ୍ଟା ପୂର୍ବରୁ ଭୋଜନ କରିବା ଉଚିତ୍‌। ଖାଦ୍ୟ ଖାଇବାର ତୁରନ୍ତ ପରେ ଶୋଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ।ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ସଠିକ୍‌ ସମୟରେ ଜଳଖିଆ, ଦିନ ସମୟର ଖାଦ୍ୟ ଓ ରାତ୍ରି ଭୋଜନ ନକରିବା ଓଜନ ବୃଦ୍ଧିର ମୁଖ୍ୟ କାରଣ।
ରିପୋର୍ଟ ଅନୁଯାୟୀ, ସକାଳ ଜଳଖିଆର ସବୁଠାରୁ ଉତ୍ତମ ସମୟ ସକାଳ ୭ଟା, ଦିନ ବେଳା ଭୋଜନର ସଠିକ ସମୟ ୧୨ଟା୩୦,ରାତ୍ରି ଭୋଜନ ୭ଟା। ଏହି ସମୟରେ ୧୫ ରୁ ୨୦ ମିନିଟ ଅତିକ୍ରମ କଲେ ମଧ୍ୟ ଭୋଜନ ସଠିକ୍‌ ସମୟ ପାଇଁ ଗ୍ରହଣୀୟ। ମାତ୍ର ଅଧିକ ବିଳମ୍ବ କରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ନୁହେଁ।

Leave a Reply

Your email address will not be published. Required fields are marked *