ଖାଇଗଲେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା

ଫୋ କସ ପ୍ଲସ (ଦଶମନ୍ତପୁର)୨୩/୦୬/୨୦୨୨: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟନ କରିବା ରେ ମହା ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି। ପ୍ରତି ମାସରେ ହିତାଧିକାରୀ ମାନଙ୍କୁ ଭଦଶମନ୍ତପୁର ତ୍ତା ଟଙ୍କା ଦିଆ ଯିବା ପରିବର୍ତ୍ତେ  ସେମାନଙ୍କୁ ବକିୟା କରି ଦେଉଥିବା  ଅଭିଯୋଗ ହୋଇଛି।  ତିନି ରୁ ଚାରି  ମାସ କୁ ଥରେ ମିଳୁଛି ୫୦୦ ଟଙ୍କା। ଅବଶିଷ୍ଟ ଟଙ୍କା ପରେ ଦିଆ ଯିବ ବୋଲି ହିତାଧିକାରୀ ମାନଙ୍କୁ  ପଞ୍ଚାୟତ କର୍ମଚାରୀ ପଠାଇ ଦିଆଯାଉଥିବା ହିତାଧିକାରୀ ପ୍ରକାଶ କରିଛନ୍ତି । ଏହି ବ୍ଲକ ର ଏକ ଉଦାହରଣ ହେଉଛି ଚିକାମ୍ବ ପଞ୍ଚାୟତ। ଏହି ପଞ୍ଚାୟତ ର ଗରିବ ନିରିହ ଅସହାୟ ହିତାଧିକାରୀ ମାନଙ୍କୁ ପଞ୍ଚାୟତ ଓ ବ୍ଲକ ଅଧିକାରୀ ଜାଣି ଶୁଣି   ହୋଇରାଣ କରୁଥିବା ନେଇ   ଟଙ୍କ କମାର, ଦୈମତୀ ପରଜା, ବୋଲେ ପରଜା, ନିଳାଇ ଜାନୀ, ବିବେକ କୁଳଦିପ ସମେତ  ବହୁ ହିତାଧିକାରୀ ପ୍ରକାଶ କରିଛନ୍ତି। ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ ରେ ଯିବାକୁ ପଡୁଛି। କର୍ମଚାରୀ ମାନେ ବିଭିନ୍ନ ଆଳ  ଦେଖାଇ ପଠାଉଛନ୍ତି। ଆମେ ଭତ୍ତା ଟଙ୍କା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ହିତାଧିକାରୀ ମାନେ ପ୍ରକାଶ କରିଛନ୍ତି। ଏଥିରେ ବହୁ ଜଣ ହିତାଧିକାରୀ ଆଜ କୁ ୫/୭ ମାସ ଲେଖାଏଁ ହେଲା ଣି ଭତ୍ତା ଟଙ୍କା ପାଇଁ  ଘର ର ଧାନ ମାଣ୍ଡିଆ ବିକ୍ରୀ କରି ଗାଡ଼ି ଖର୍ଚ୍ଚ କରି ବୁଲୁ ଥିବା କୁହାଯାଇଛି। କେତେକ ହିତାଧିକାରୀ ବ୍ୟାଙ୍କ୍ ଓ ବ୍ଲକ ଅଫିସ ବୁଲି ବୁଲି ନୟାନ୍ତ ହୋଇ ଥିବା ଜଣାପଡିଛି। ଏସମ୍ପର୍କରେ ପ୍ରଥମେ ପଞ୍ଚାୟତ ର ପି ଇ ଓ   କର୍ଣ୍ଣ ରାଉତ ଙ୍କୁ ଯୋଗାଯୋଗ କରିଥିଲୁ। ତେବେ ସେ କହିଥିଲେ ଯେ ବ୍ଲକ ରେ ଆମକୁ ଠିକ୍ ଭାବରେ ଟଙ୍କା ଦେଉନାହାନ୍ତି। ତେଣୁ ହିତାଧିକାରୀ ମାନେ ମଧ୍ୟ ଭତ୍ତା ଟଙ୍କା ପାଇବା ବିଳମ୍ବ ହେଉଛି ବୋଲି ପ୍ରକାଶ କରିଛନ୍ତି। ତାପରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ଵ ଥିବା  ବରିଷ୍ଠ କିରାଣି  ଗୈାତମ ଚରଣ ଗୁମଲ ଙ୍କୁ ମୋବାଇଲ ଫୋନ ରେ ଯୋଗା ଯୋଗ କରିଥିଲୁ। ତେବେ କ’ଣ ସମସ୍ୟା ହୋଇଛି ମୁଁ ଜାଣି ନାହିଁ। ଯୋଦି ସମସ୍ୟା ହୋଇଛି ତାହେଲେ ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବୃଦ୍ଧା ବୃଦ୍ଧ   ମାନେ ଏହି ଭତ୍ତା ଟଙ୍କା କୁ ମାସ ପାହିଲେ  ଅପେକ୍ଷା କରିଥାନ୍ତି। ଭତ୍ତା ମିଳିଲେ ସେମାନେ ଘର ଚଳିଥାନ୍ତି। ବର୍ତମାନ ମାସ ମାସ ଧରି ଭତ୍ତା ଟଙ୍କା ନ ପାଇ ବହୁ ଅସୁବିଧା ଭୋଗୁ ଥିବା କୁହାଯାଇଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ଜିଲା ପାଳ ଙ୍କ ଦ୍ଵାରସ୍ଥ ହେଲେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *