ଖଣ୍ଡଗିରି ମେଳାକୁ ଆଉ ରହିଲା 7 ଦିନ |

ଫୋକସ ପ୍ଲସ ୨୨/୧/୨୩(ବ୍ୟୁରୋ):ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳାକୁ ଆଉ ରହିଲା ୭ ଦିନ | ଚାଲିଛି ପେଣ୍ଡାଲ ପ୍ରସ୍ତୁତି ,ଦୁଲୁକିବ ଖଣ୍ଡଗିରି |ମୁତୟନ ହେବେ ୫ପ୍ଲାଟନୁ ପୋଲିସ ଫୋର୍ସ |ପ୍ରସିଦ୍ଧ ଖଣ୍ଡଗିରି ମେଳା ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର | ଏଥର ଖଣ୍ଡଗିରି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ କମିଶନରେଟ ପୋଲିସ ସମ୍ପୂର୍ଣ ପ୍ରସ୍ତୁତ ରହିଛି | ପୋଲିସ ପକ୍ଷରୁ ଖଣ୍ଡଗିରି ମୁଣ୍ଡିଆ ରାସ୍ତାରେ ଏକ ପୋଲିସ କଣ୍ଟ୍ରୋଲ ରୁମ ଖୋଲା ଯିବ | ମେଳା ଭିଡକୁ ନଜର ରଖିବ ସିସି କ୍ୟାମେରା | ଏଥିପାଇଁ ଭିଡକୁ ଲକ୍ଷ ରଖି ମେଳା ଭିତରେ ୧୬ଟି ସ୍ଥାନରେ ସିସି କ୍ୟାମେରା ଲଗାଯିବ | ପୋଲିସ କଣ୍ଟ୍ରୋଲ ରୁମରେ ସମସ୍ତ ସିସି କ୍ୟାମେରା ଉପରେ ନଜର ରଖାଯିବ | ସାଦା ପୋଷାକଧାରୀ ପୋଲିସ ଏବଂ ମହିଳା ପୋଲିସ ମଧ୍ୟ ନିୟୋଜିତ ରହିବେ | ଫଳରେ କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସଂଗେ ସଂଗେ ପୋଲିସ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ |ମେଳା ସମୟରେ ଖଣ୍ଡଗିରି ଛକରେ ଭିଡ଼ ନିୟନ୍ତ୍ରଣ କରିବାକୁ ୨ ପ୍ଲାଟୁନୁ ପୋଲିସ ଫୋର୍ସ ମୁତୟନ ରହିବେ | ଯାତ୍ରା କମିଟି ଗୁଡିକ ମଧ୍ୟ ଟେଣ୍ଟ ଭିତରେ ଏବଂ ଗେଟ ମୁହଁରେ ସିସି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରାଯାଇଛି | ଯାତ୍ରା ଟେଣ୍ଟ ଭିତରେ ମହିଳାଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି |ଏଥି ସହ ପ୍ରତ୍ୟକ ପେଣ୍ଡାଲ ସମ୍ମୁଖରେ ପୋଲିସ ଏଡ଼ପୋଷ୍ଟ ରହିବ | ପ୍ରତ୍ୟକ ଯାତ୍ରା କମିଟିର ୨ ଜଣ ସଭ୍ୟ ପୋଲିସକୁ ସହାୟତା କରିବା ପାଇଁ ସ୍ୱତନ୍ତ୍ର ଭାବେ ନିୟୋଜିତ ରହିବେ | କୌଣସି ଅଘଟଣ ଘଟିଲେ ସେମାନେ ସଂଗେ ସଂଗେ ପୋଲିସକୁ ଜଣାଇବେ | ସେମାନଙ୍କୁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଯିବ ବୋଲି ଖଣ୍ଡଗିରି ଥାନା ଅଧିକାରୀ ଦୟାନିଧି ନାୟକ ସୂଚନା ଦେଇଛନ୍ତି |ଏଥର ଖଣ୍ଡଗିରି ମେଳାରେ୫ଟି ପେଣ୍ଡାଲରେ ୧୨ ଟି ନାମକରା ଅପେରା ପାର୍ଟି ଯାତ୍ରା ପରିବେଷଣ କରିବେ | ୩୦ ରୁ ୧୦ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଯାତ୍ରା ଲଢ଼େଇ ଚାଲିବ | ଯାତ୍ରାକୁ ନେଇ ଟେଣ୍ଟ ପ୍ରସ୍ତୁତି କାମ ଜୋରସୋରରେ ଚାଲିଛି | ଏହି ଖଣ୍ଡଗିରି ମେଳାରେ ସମସ୍ତ ଲେଖକ ,ନିର୍ଦେଶକ ମାନେ ମଧ୍ୟ ଏକାଠି ହୋଇଥାନ୍ତି | ୧୨ ରାତି ଧରି ଯାତ୍ରା ଡାଇଲଗରେ ଦୁଲୁକିବ ଖଣ୍ଡଗିରି |

Leave a Reply

Your email address will not be published. Required fields are marked *