କ.ନୂଆଗାଁ ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ।

ଫୋକସ ପ୍ଲସ 24/2/23(କନ୍ଧମାଳ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ ନୂତନ ବିଡ଼ିଓ ଜୟଦେବ ଦାସ ଯୋଗଦାନ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ଏହା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଏଠାକୁ ବଦଳି ପରେ ଭାରପ୍ରାପ୍ତ ବିଡ଼ିଓ ଶରତ କୁମାର ପାତ୍ରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ ସରକାରୀ ଯୋଜନା ଗୁଡିକ ବ୍ଲକର ତଳ ସ୍ତରରେ ଥିବା ସାଧାରଣ ଜନତାଙ୍କ ପାଖରେ କିପରି ପହଞ୍ଚିବ ସେ ଦିଗରେ ଗୁରୁତ୍ବ ଦେବାକୁ କହିଥିବା ବେଳେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ନୂତନ ବିଡ଼ିଓଙ୍କ ଯୋଗଦାନ ପରେ ବ୍ଲକର ଏବିଡିଓ ପ୍ରଦିପ କୁମାର ମହାନ୍ତି, ସହକାରୀ ଯନ୍ତ୍ରୀ ସିଦ୍ଧେଶ୍ୱର ପାଣିଗ୍ରାହୀ,ଜିପିଇଓ ଦ୍ବାରିକାନାଥ ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୀଲ କୁମାର ପଟ୍ଟନାୟକ,ମୂଖ୍ୟ କିରାଣୀ ଲବ ନାୟକ,ସିପି ରାକେଶ କୁମାର ସାହୁଙ୍କ ସମେତ ଅନ୍ୟ କନିଷ୍ଠ ଯନ୍ତ୍ରୀ, କିରାଣୀ ଓ ସମସ୍ତ କର୍ମଚାରୀ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ଵାଗତ ଜଣାଇଥିଲେ। ଏହା ସହ ବିଭିନ୍ନ ଦଳ, ସଂଗଠନ ଓ ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନେ ମଧ୍ୟ ବିଡ଼ିଓଙ୍କୁ ସ୍ଵାଗତ ଜଣାଇଥିଲେ।

Leave a Reply

Your email address will not be published. Required fields are marked *