କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଗୋପାଳର ହାତ ଲେଖା ଚିଠି

ଫୋକସ ପ୍ଲସ ୨/୨/୨୩(ବ୍ୟୁରୋ): ରହସ୍ୟ ଘେରରେ ରହିଛି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ। ହତ୍ୟାକାଣ୍ଡକୁ ୫ ଦିନ ପୂରି ଥିଲେ ବି ପରଦା ଉଠୁନି । କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲା ତାର କାରଣ ଖୋଜା ଚାଲିଥିବା ବେଳେ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ସେ ସମ୍ପର୍କରେ ଏକ ଚିଠି ଲେଖିଥିବା ଗୋପାଳ କ୍ରାଇମବ୍ରାଞ୍ଚ ଆଗରେ କହିଛି। ଏହି ଚିଠିକୁ ଖୋଜିବାକୁ ଏଡିଜି ଅରୁଣ ବୋଥ୍ରା, ସମ୍ବଲପୁର ଆଇଜି ଅରୁଣ କୁମାର, ଝାରସୁଗୁଡା ଏସ୍‌ପିଙ୍କ ସମେତ ପୁଲିସ୍ ଟିମ୍ ଏହି ଅପରେସନରେ ଲାଗିପଡ଼ିଥିଲେ। ଗତକାଲି ରାତିରେ ସଫେଇ କର୍ମଚାରୀଙ୍କୁ ଡାକି ପାଇଖାନା ଟାଙ୍କି ଖୋଲାଯାଇଥିଲା। ୩ ଘଣ୍ଟା ଧରି ସେଫ୍ଟଟି ଟ୍ୟାଙ୍କିକୁ ଖୋଲି କ୍ରାଇମ ବ୍ରାଞ୍ଚ ଖୋଳତାଡ଼ କରିଥିଲା।ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ରାତି ଅଧିଆ ଛାନଭିନ୍ | ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କିରେ ଖୋଳାଖୋଳି କରାଯାଇଛି । ଗୋପାଳର ହାତ ଲେଖା ଚିଠି ସେଠାରୁ ମିଳିଛି ।ଚିଠିରେ ଆଂଶିକ ଲେଖା ଲିଭି ଯାଇଥିବାରୁ ଚିଠିକୁ ଫରେନସିକ ଲ୍ୟାବ ପଠାଯାଇଛି |ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା l ସେଠି ଗୋପାଳ କାଗଜରେ କିଛି ତଥ୍ୟ ଲେଖି ଛାଡି ଥିବା ନେଇ ଜଣାପଡ଼ିଥିଲା । ଗତକାଲି ରାତିରେ ପାଇଖାନା ଟାଙ୍କିକୁ ଖୋଲା ଯାଇଥିଲା । ସେଠାରୁ ଗୋପାଳର ହାତ ଲେଖା ଚିଠି ମିଳିଛି । ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି ।

 

Leave a Reply

Your email address will not be published. Required fields are marked *