ଫୋକସ ପ୍ଲସ(କଳାହାଣ୍ଡି)୦୮/୦୯/୨୦୨୨: ଆଜି ସମଗ୍ର ପଶ୍ଚିମ ଓଡିଶା ରେ ରାସ୍ତା ଘାଟ ଖାଁ ଖାଁ ଲାଗୁଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକେ ନାହିଁଥିବାର ସମସ୍ୟା ର ସମ୍ମୁଖୀନ ହୋଇଛନ୍ତି କାରଣ ଆଜି କୋଶଲ ମୁକ୍ତି ମୋର୍ଚ୍ଚା ର ସଭାପତି ସାଗର ଚରଣ ଦାସ ଙ୍କ ନେତୃତ୍ୱରେ ସମଗ୍ର ପଶ୍ଚିମ ଓଡିଶା ରେ ବନ୍ଦ ଡାକରା ଦିଆଯାଇଛି ଆଉ ପଶ୍ଚିମ ଓଡିଶା ର ବିଭିନ୍ନ ସ୍ଥାନରେ କୋଶଲ ରାଜ୍ୟ ବନ୍ଦ କୁ ନେଇ ବେଶ ଶାନ୍ତିପୂର୍ଣ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ଅଂଚଳ ବାସୀ ତଥା ଭବାନୀପାଟଣା ଅଞ୍ଚଳ ବାସୀ ଓ ବିଭିନ୍ନ ବାଣିଜ୍ୟ ସଂଗଠନ ମାନଙ୍କ ସପୋର୍ଟ ରହିଥିଲା କାରଣ ଯେତେବେଳେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା ସମସ୍ତେ ସମ୍ମାନ ସହ ନିଜର ନିଜର ଦୁକାନ ବଜାର ବନ୍ଦ କରିବା ସହିତ ଶାନ୍ତୁପୁର୍ଣ ପାଇଁ ସହଯୋଗ କରିଥିଲେ ଆଉ ସିଧାସଳଖ କେସିଙ୍ଗା ଅଞ୍ଚଳ ବାସୀ ତଥା ଭବାନୀପାଟଣା ଅଞ୍ଚଳ ବାସୀଙ୍କ ପ୍ରତିକ୍ରିୟା ରହିଥିଲା କି ଦେଶ ସ୍ୱାଧୀନ ହେଇକି ଦୀର୍ଘ 70 ବର୍ଷ ହେଲା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ର ବିକାଶ ପାଇଁ ସରକାର ଆଜି ପର୍ଯ୍ୟନ୍ତ ଅବହେଳିତ କରୁଛନ୍ତି, ଓ ପଶ୍ଚିମ ଓଡିଶା ର ଜନସାଧାରଣ ପ୍ରତି ଅନ୍ୟାୟ କରିବା ସହିତ ବିକାଶ କଥା ତ ଦୂରର କଥା ଆଜି ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ତଥା କେ ବି କେ ଅଞ୍ଚଳ ର କେତେ ପ୍ରତିଶତ ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତି କ୍ଷେତ୍ର ରେ ସୁଯୋଗ ଦିଆଯାଇଛି କେତେ ପ୍ରତିଶତ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାକ୍ଷେତ୍ର ରେ ଆଗକୁ ବଢିବା ପାଇଁ ସୁଯୋଗ ଦିଆଯାଉଛି ଆଉ ଏହି କୋଶଲ ମୁକ୍ତିମୋର୍ଚା ଦୀର୍ଘ 20 ବର୍ଷ ହେଲା ଆନ୍ଦୋଳନ କରିଆସୁଛନ୍ତି ଓ ଓଡିଶା ରାଜ୍ୟରେ ବିଭିନ୍ନ ଜିଲ୍ଲା ଶିକ୍ଷା କ୍ଷେତ୍ର ହଉ ବା ନିଯୁକ୍ତି କ୍ଷେତ୍ର କେତେ ଆଗକୁ ବଢୁଛି କିନ୍ତୁ ପଶ୍ଚିମ ଓଡିଶା ତଥା କେ ବି କେ ଅଞ୍ଚଳ ବାସୀଙ୍କ ଭୁଲ କଣ ରହିଛି ପଛରେ ପକାଯାଉଛି ତେଣୁ ପଶ୍ଚିମ ଓଡିଶା ଓ କେ ବି କେ ଅଞ୍ଚଳ କୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି କରାଯାଉଛି ଆଉ ଆଗକୁ ଜାରି ରହିବ ବୋଲି କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ଓ କେସିଙ୍ଗା ଅଞ୍ଚଳ ବାସୀ ସିଧାସଳଖ କେମେରା ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଶୁଣିବା |
