*ଆଇନ ହାତକୁ ନେବାକୁ କିଏ ଦେଲା ଅଧିକାର
*ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ
ଯାଜପୁର16/11/2023; କୋରାଇ ଥାନା ଅନ୍ତର୍ଗତ ତୁଳତୀ ପଂଚାୟତ ସ୍ଥିତ କଣ୍ଡରା ଗଡିଆ ଗ୍ରାମରେ ଅଙ୍କୁର ମାଝୀଙ୍କ ରାସନ ଦୋକାନରୁ ଶନିବାର ବିଳମ୍ବିତ ରାତ୍ରିରେ ଚୋରିକରି ଫେରାର ହୋଇଯାଇଥିବା ଚୋରକୁ ଗାଁ ଲୋକମାନେ ଧରି ପୁଲିସରେ ଜିମା ଦେଇଛନ୍ତି। ଏଥି ସହିତ ୨ ସହଯୋଗୀ ଚୋର ମଧ୍ୟ ଫେରାର ହୋଇ ଯାଇଛନ୍ତି। ଧରା ପଡିଥିବା ସଂପୃକ୍ତ ଚୋର ଜଣଙ୍କ କୋରାଇ ସ୍ଥିତ ବିଲୁଆ ସାହିର ତାରିଣୀ ଜ୍ୱାଇଁଙ୍କ କାଳନ୍ଦୀ ମଲ୍ଲିକ ବୋଲି ଜଣାପଡିଛି। ସେ ଯାଜପୁର ଅଂଚଳରୁ ଆ ସି ଏଠାରେ ଘରଜ୍ବାଇଁଆ ଭାବେ ରହୁଥିଲା । ଘଟଣାରୁ ପ୍ରକାଶଯେ, ଶନିବାର ବିଳମ୍ବିତ ରାତିରେ କଣ୍ଡରାଗଡ଼ିଆ ଗ୍ରାମର ଅଙ୍କୁର ମାଝୀଙ୍କ ରାସନ ଦୋକାନରୁ ଜିନିଷ ପତ୍ର ସହ ନଗଦ ଟଙ୍କା ଚୋରିକରି ନେଇ ପଳାଇ ଯାଉଥିଲା ବେଳେ ଗ୍ରାମବାସୀ ଉଠି ଚୋର ବୋଲି ଡାକାଛାଡିଥିଲେ। ଫଳରେ ସେ ଏକ ବିଲକିଆରିରେ ପସିଯାଇଥିବା ବେଳେ କଣ୍ଡରା ଗଡିଆ ସମେତ ସାଇଂଟୋ ଆଦି ଗ୍ରା ମବାସୀ ଘେରିଯାଇ କାଳନ୍ଦୀକୁ କାବୁ କରିଥିଲେ। କିନ୍ତୁ ତାକୁ ଧରି ଆଖ ପାଖ ପ୍ରାୟ 50 ଉର୍ଦ୍ଧ ଲୋକ ମିଶି ମାନବିକତା ସବୁ ସୀମା ଉଲଂଘନ କରି ତାକୁ ସାତ ବେଣ୍ଟିଆ କରି ଜୋତା ମାଳ ପିନ୍ଧାଇ ସର୍ବ ସମ୍ମୁଖରେ ରାସ୍ତା ରେ ବୁଲାଇବା ସହିତ ପ୍ରବଳ ମାଡ ମାରିଥିଲେ ଏବଂ ତାର ହାତ ଗୋଡ଼ ବାନ୍ଧି ପିଠିରେ ଲଙ୍କା ଗୁଣ୍ଡ ଲଗାଇ ଦେଇଥିଲେ, ଯାହାର ଭିଡିଓ ଏବେ ସାମାଜିକ ଗଣ ମାଧ୍ୟମ ରେ ଘୁରି ବୁଲୁଛି. ଯାହାକି ଜଣେ ବ୍ୟକ୍ତି ର ମାନବିକ ଅଧିକାର ର ଘୋର ଉଲଘଂନ.ଏଠାରେ ପ୍ରଶ୍ନ ଉଠେ ଚୋରି କରିଥିବା ଲୋକ ଦଣ୍ଡ ପାଇବା ଯୋଗ୍ୟ କିନ୍ତୁ ଦଣ୍ଡ ଦେବାର ଅଧିକାର ଏମାନଂକୁ ଦେଲା କିଏ?କୋରେଇ ପୋଲିସ ଏହା ଜାଣି ମଧ୍ୟ ଯେଉଁ ମାନେ ଏପରି କାଣ୍ଡ ଭିଆଇଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାକୁ ନେଇ ବୁଦ୍ଧିଜୀବୀ ଙ୍କ ମନରେ ସଂଶୟ ସୃଷ୍ଟି କରିଛି.ଯେଉଁ ମାନେ ଏଭଳି କଙ୍ଗାରୁ କୋଟ କରିଥିଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି |
କୋରେଇ ରେ କଙ୍ଗାରୁ କୋଟ, ସବୁ ଜାଣି କୋରେଇ ପୋଲିସ ଚୁପ!
