ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ସମୀକ୍ଷା କରୁଛନ୍ତି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ସମୀକ୍ଷା କରାଯାଉଛି । ମେଡିକାଲର ସମସ୍ତ କର୍ମଚାରୀଙ୍କୁ ଘଟଣା ନେଇ ପଚରାଉଚରା କରିଛନ୍ତି ।
ସେହିପରି ଏସସିବିର ଆଉ ଦୁଇ ଜଣ ମେଡିକାଲ ଯାଇ ତଦନ୍ତ କରିବେ । ଆଜି ଆସିବ ଡିଏମଇଟିଙ୍କ ଯାଞ୍ଚ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ । ୫ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି ଡିଏମଇଟି । ଭୁଲ ଇଞ୍ଜେକସନରୁ ୬ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।