ଫୋକସ ପ୍ଲସ ୧୪/୬/୨୨ (କୋଣାର୍କ): ଓଡ଼ିଆ ମାନଙ୍କ ର ବାର ମାସରେ ତେର ପର୍ବ ତାହା ମଧ୍ୟରୁ ରଜ ପର୍ବ ଏକ ନିଆରା। ଆଜିର ଦିନରେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ମଧ୍ୟ ସ୍ନାନ ମଣ୍ଡପ ରେ ସ୍ନାନ କରନ୍ତି । ମାଟି ମାଆ ରଜସ୍ଵଳା ହୋଇଥାଏ । ତେଣୁ ଆଜି ଦିନଟି ଏକ ଓଡ଼ିଆ ଘରର ଏକ ନିଆରା ପର୍ବ । ଏହି ପର୍ବ କୁ ଓଡ଼ିଆ ପାରମ୍ପରିକ ତଥା ଗଣପର୍ବ ବା ରଜପର୍ବ ବୋଲି ମନାଯାଇଥାଏ। ସେହିପରି ପୁରି ଜିଲ୍ଲା କୋଣାର୍କ ନିକଟସ୍ଥ ଭଗବତୀ ମନ୍ଦିର ନିକଟରେ ମଧ୍ୟ ଏହି ରଜ ପର୍ବର ମଜାନେଉଛନ୍ତି ଗାଁର ଝିଅ ମାନେ । ଆଜି ପହିଲି ରଜରେ କୁନି କୁନି ପିଲାଙ୍କ ମୁହଁରେ ହସର ଲହରୀ । ନୂଆ ବସ୍ତ୍ର ପିନ୍ଧି, ହାତରେ ମେହେନ୍ଦୀ , ମଥାରେ କୁକୁମ , ପାଦରେ ଅଳତା ଲଗାଇ ପୋଡ଼ ପିଠା ଖାଇ, ଗାଁ ଦାଣ୍ଡରେ ଥିବା ବରଗଛରେ ଦୋଳି ବାନ୍ଧି , ସାଙ୍ଗସାଥି ହୋଇ ଦୋଳି ଖେଳି ପର୍ବ ଟିକୁ ଆନନ୍ଦ ସହିତ ପାଳନ କରୁଛନ୍ତି ।
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |