କୋଣାର୍କରେ ବିରାଟ ଶୋଭାଯାତ୍ରାରେ ଅପରାଜିତା ଷଡ଼ଙ୍ଗୀ

ଫୋକସ ପ୍ଲସ (କୋଣାର୍କ)୧୪/୦୭/୨୦୨୨: କୋଣାର୍କର ବିଭିନ୍ନ ସମସ୍ୟାକୁ ନେଇ ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଣାର୍କ ମାଧିପୁର ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ | କୋଣାର୍କ ଥାନା ଦେଇ ମେଡିକାଲ ଛକ ପଡିଆରେ ସଭାରେ ଯୋଗ ଦେଇଥିଲେ। ଏଥିରେ କୋଣାର୍କ ସୁରକ୍ଷା ପରିଷଦ ସଭାପତି, ସମ୍ପାଦକ ସହ ବିଜେପିର ବରିଷ୍ଠ କାର୍ଯ୍ୟକ୍ରତ୍ତା,କୋଣାର୍କ ମହିଳା ମହାସଂଘ ର ସଭାପତି ସହ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ। କୋଣାର୍କର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା ।ଫଟୋ ଗ୍ରାଫରକୁ ସୂର୍ଯ୍ୟ ମନ୍ଦିର ବନ୍ଦ କରିବା ହେଉ ବା ଜମିବାଡ଼ି ସମସ୍ୟା ହେଉ,ପୁରୀ ଜିଲ୍ଲା ମହିଳା ଓ ଶିଶୁ ବିକାଶ ପାଇଁ ମେଡିକାଲ ଅଞ୍ଚଳ ଘଟଣା ସହ, ଆବାସ ଯୋଜନାରେ ଘର ବର୍ଣ୍ଟନ,ରେ ମହା ଦୃନିତୀ ହୋଇଥିବା କୁ ନେଇ ଆଲୋଚନା କରିଥିବା ବେଳେ କିପରି ରେଳପଥ ଯୋଗାଯାଇ ପାରିବ ହେଲିପ୍ୟାଡର ନବକଳେବର କିପରି ହେବ ଏସବୁ କଥା କିପରି କେନ୍ଦ୍ର ସରକାର ବା ରାଜ୍ୟ ସରକାର ଦୃଷ୍ଟି ଆକର୍ଷଣ କରିବେ ସେଥିପାଇଁ ସାଂସଦ ଅପରାଜିତା ଷଡ଼ଙ୍ଗୀ ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବେ ବୋଲି କୋଣାର୍କ ,ଗୋପ, ନିମାପଡା ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ। ଖୁବଶୀଘ୍ର କୋଣାର୍କ ଲୋକମାନଙ୍କର ଦୁଖ ଦୂର କରାଯିବ ବୋଲି ଆଶାବାଦୀ କୋଣାର୍କ ବାସିନ୍ଦା |

କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *