ଫୋକସ ପ୍ଲସ(କୋଣାର୍କ): ସରିଗଲା ଅସ୍ଥାୟୀ ବାଲି ବନ୍ଧର ନିର୍ମାଣ କାର୍ଯ୍ୟ |ଯେଉଁଭଳି ଭାବରେ କାର୍ଯ୍ୟ ହେବା କଥା ତାହା ସଠିକ୍ ଭାବରେ ହୋଇନଥିବା ଅଭିଯୋଗ ହୋଇଛି ।ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ବାଲି ବନ୍ଧ ଓ ବହ୍ଲା ବାଡକୁ ନେଇ ହୋଇଥିବା କାର୍ଯ୍ୟକୁ ନେଇ ଆସିଛି ସାଙ୍ଘାତିକ ଅଭିଯୋଗ।ଯେତେବେଳେ ପ୍ରାକୃତିକ ବାଲିବନ୍ତକୁ ସେଠାରୁ ହଟେଇ ଦିଆଯାଇ ଅନ୍ୟତ୍ର ବାଲି ମାଫିଆ ବାଲି ଚୋରା ଚାଲାଣ କରି କୋଟିକୋଟି ଟଙ୍କା ଲାଭ କଲେ ସେତେବେଳେ ମଧ୍ୟ ଏହି ଜିଲ୍ଳାପାଳ ଓ ଉପ ଜିଲ୍ଲାପାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସ ପଦକ୍ଷେପ ନେଲେନାହିଁ । କାରଣ ସେମାନଙ୍କ ନିକଟକୁ ବାଲି ମାଫିଆ ଲକ୍ଷଲକ୍ଷ ଟଙ୍କା ଦେଉଥିଲେ ହାତଗୁଞ୍ଜା ଯାହା ଫଳରେ ଆଜି କୋଣାର୍କ ଅଞ୍ଚଳରେ ଥିବା ନଡ଼ିଆ ଫାର୍ମ ପଛପଟୁ ,ଏରୋଡ୍ରମ୍ ପଡିଆ ସହିତ କୋଣାର୍କ ମନ୍ଦିର ପାର୍ଶ୍ୱରୁ ଅବାଧରେ କରାଗଲା ବାଲି ମାଫିଆ ଦ୍ୱାରା ବାଲି ଚୋରୀ ।
ଅଞ୍ଚଳବାସୀ କହିବା କଥା, କୋଣାର୍କ ଥାନା ଅଧିକାରୀ ରଞ୍ଜନ ମଲ୍ଲିକ ମଧ୍ୟ ବାଲି ମାଫିଆ ସହ ମିଶି ରାତି ଅଧିଆ ବାଲି ଚୋରା କାରବାରରେ ଲିପ୍ତ ରହିଛନ୍ତି |
ଏବଂ ସବୁଠୁ ବଡ କଥା ହେଉଛି । ଏ ନେଇ ଆମ ପ୍ରତିନିଧି ଫୋନ୍ ମାଧ୍ୟମରେ ଗୋପ ତହସିଲଦାର ଏସକେ ସାଗୀରଙ୍କୁ ପଚାରିଥିଲେ ହେଲେ ଜାଣିଶୁଣି ଅନେକ ବାହାନା ଦେଖାଇ ଏବିଷୟରେ କିଛି ଜାଣି ନଥିବା କଥା କହିଛନ୍ତି |
ଯେଉଁ ବରିଷ୍ଠ ଅଧିକାରୀମାନେ ପ୍ରାକୃତିକ ବାଲିକୁ ସୁରକ୍ଷା ଦେବକଥା ସେମାନେ ହିଁ ବାଲି ମାଫିଆଙ୍କୁ ସହଯୋଗ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଯାହାଫଳରେ , କୋଣାର୍କ ପୁରୀ ବେଳାମାର୍ଗ ଖାଇବାରେ ଲାଗିଛି ସମୂଦ୍ର ।ସେପଟେ କୋଣାର୍କ ପୁରୀ ବେଳାମାର୍ଗ, ଅଭୟାରଣ୍ୟରେ ବସବାସ କରୁଥିବା ଜିବଜନ୍ତୁଙ୍କ ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଯୋଗାଇ ଦେବାକୁ ପୁରୀ କୋଣାର୍କ ବେଳାମାର୍ଗ ମେରନ୍ ଡ୍ରାଇଭ୍ ରାସ୍ତା ଖାଇବା ଯାଗାକୁ ବାଲିବସ୍ତା ଓ ବହ୍ଲା ବନ୍ଧ କାର୍ଯ୍ୟ ଶେଷ ହୋଇଛି।
ଏହି କାର୍ଯ୍ୟରେ ଖର୍ଚ୍ଚ ହେଉଥିବା ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି। କାମ ସଠିକ୍ କରିନାହାଁନ୍ତି ଠିକାଦାର ଓ ଯନ୍ତ୍ରୀ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି, ସ୍ଥାନୀୟ ଲୋକେ ।ସବୁଠାରୁ ଆଶ୍ଚର୍ୟ୍ଯର କଥା ଜିଲ୍ଲାପାଳଙ୍କର ବହ୍ଲା ବାଡ ସହ ବାଲିବସ୍ତା କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଦେଖା ମିଳିଲା ନାହିଁ।ଶେଷ ହୋଇଛି ଅସ୍ଥାୟୀ ବହ୍ଲା ବାଡ ସହ ବାଲିବସ୍ତା କାର୍ଯ୍ୟ। ବନ୍ଧ ନିର୍ମାଣ ନିମ୍ନ ମାନର ହେବା ଅଭିଯୋଗ ଆସିଛି। ଯେଉଁ ବାଡ ପଡିଛି ।ସେ କଣ ଆସନ୍ତା ଲଘୁଚାପ ବେଳେ ସମୂଦ୍ର ଜୁଆରକୁ ରୋକି ପାରିବ ଏହାକୁ ନେଇ ଚିନ୍ତାରେ କୋଣାର୍କ ବାସିନ୍ଦା।
ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର