କୋଟପାଡ଼ ୨୮/୦୧/୨୦୨୪: କୋଟପାଡ଼ ବଡ଼ଦାଣ୍ଡ ଠାରେ ପ୍ରଥମଥର ପାଇଁ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି ପୁଷପୁନୀ ଭେଟଘାଟ | ବିଶେଷକରି ପ୍ରଥମଥର ପାଇଁ କୋଟପାଡ଼ ଅଞ୍ଚଳରେ ଲୁପ୍ତକଳାକୁ ପୁନଃଜୀବିତ କରିବାର ଏକ ଅଦ୍ଭୁତ ପ୍ରୟାସ କରାଯାଇଥିଲା | ଆଜିର ଏହି ପୁଷପୁନୀ ଉତ୍ସବ ପାଳନରେ ପ୍ରାୟ ୩0ଉର୍ଦ୍ଧ କଳାକାର ମାନେ ନିଜ ନିଜର ଲୁକାୟିତ କଳା ଗୁଡିକ ଉପସ୍ଥିତ ଅତିଥିମାନଙ୍କ ସମୁଖରେ ପରିବେଷଣ ଓ ଉପସ୍ଥାପନା କରିଥିଲେ, ଉପସ୍ଥିତ ଅତିଥି ମାନେ ସମସ୍ତ କଳାକାର ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ, ବିଶେଷ କରି ଛୋଟ ଛୋଟ କୁନି କଳାକାରମାନେ ବହୁସୁନ୍ଦର ପ୍ରଦର୍ଶନ କରିଥିଲେ | ଏହି ପୁଷପୁନି କାର୍ଯ୍ୟକ୍ରମରେ ସମସ୍ତ କଳାକାର ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଥିଲା, ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ସନ୍ନମାନିତ ଅତିଥି ମାନଙ୍କ ମଧ୍ୟରେ ଏସଡ଼ିସି ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ, ଏନଏସି ଅଧ୍ୟକ୍ଷ ଏମ ଶଙ୍କର ରାଓ, ଗଣେଶ ପଣ୍ଡା, ସୁଧୀର ମହାନ୍ତି, କିଶୋର ମିଶ୍ର, ପଙ୍କଜ ପାତ୍ର, ମଣି ପଟ୍ଟନାୟକ, ବିନାୟକ ଆଚାର୍ଯ୍ୟ, ସହଯୋଗୀ ମାନଙ୍କ ମଧ୍ୟରେ ହେମନ୍ତ ପାତ୍ର, କୁଞ୍ଜ ବିହାରୀ ବୈଦ୍ୟ,ବୁଲୁ ବକ୍ସି, ପ୍ରଦୀପ ରଥ,ବାଲାଜୀ ନାୟକ,ରଞ୍ଜନ ମହୁରୀୟା, ପ୍ରଶାନ୍ତ ସାହୁ, ପ୍ରଦୀପ ପ୍ରଧାନଙ୍କ ସହ କୁନୁ ମାଳି,ଆର ସୂରିଆ ରାଓ,ରୁନୁ ପ୍ରଧାନ, ଗୋପାଳ ମହନ୍ତ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ |