ଫୋକସ ପ୍ଲସ(ତାଳଚେର)୦୯/୦୯/୨୦୨୨: ତାଳଚେର ଲିଙ୍ଗରାଜ କୋଇଲା ଖଣିରୁ କୋଇଲା ଚୋରି ବିଫଳ |ସୂଚନା ଆନୁସାରେ ଗତ ରାତି ପ୍ରାୟ ଏକ ଘଟିକା ସମୟରେ ତିନଟି ବାର ଚକିଆ ଟ୍ରକ ଏବଂ ଗୋଟିଏ ଜେସିବି ହଟାତ ଲିଙ୍ଗରାଜ କୋଇଲା ଖଣିରେ ପଶି କୋଇଲା ଲୋଡିଂ କରୁ ଥିବା ବେଳେ କୋଇଲା ଖଣିରେ ନିଯୁକ୍ତି ଥିବା ସିକୁରିଟି ସଂସ୍ଥାଙ୍କ ନଜରକୁ ଆସିଥିଲା ଠିକି ସେଇ ସମୟରେ ଉକ୍ତ ଟ୍ରକ ଏବଂ କୋଇଲା ମାଫିଆଙ୍କୁ କାବୁ କରିବା ପାଇଁ ଉଦ୍ୟମ କରିବା ସମୟରେ ସମସ୍ତେ ଫେରାର ହୋଇ ଯାଇ ଥିଲେ ଓ ହେଲପେରକୁ କାବୁ କରିଥିଲେ । ଏଠି ଜନ ସାଧାରଣ ରେ ବଡ଼ ପ୍ରଶ୍ନ ଏ ତିନୋଟି ଟ୍ରକ ଏବଂ ଜେସିବି ମୁଖ୍ୟ ଫାଟକ ଦେଇ ଆସିଲା କେମିତି ଏମାନଙ୍କୁ କିଏ ସହଯୋଗ କରୁ ଥିଲା କିଏ ସେ ସହଯୋଗ କାରି ଏବଂ କୋଇଲା ବେପାରୀ ଓ ପଡୋଶୀ ଗାଡି ମାଲିକଙ୍କ ଦାବୀ ଏହାର ପୁଙ୍ଖାନୁ ପୁଙ୍ଖ ତଦନ୍ତ ହେବା ଦରକାର |
