ଫୋକସ ପ୍ଲସ 23/4/23(ବ୍ୟୁରୋ): କ୍ୟୁଆର୍ କୋଡ୍ ପ୍ରତି ଧ୍ୟାନ ଦିଅନ୍ତୁ I
ଅସଲି ଔଷଧଗୁଡ଼ିକ ଉପରେ ବିଶେଷ କୋଡ୍ ପ୍ରିଣ୍ଟ୍ ହୋଇଥାଏ। ଏହି କୋଡ୍ରେ ଔଷଧର ପ୍ରସ୍ତୁତି ତାରିଖ, ସ୍ଥାନ, ମେନ୍ୟୁଫେକ୍ଚରିଂ ଡେଟ୍, ଲୋେକସନ୍, ସପ୍ଲାଇ ଚେନ୍ ପର୍ଯ୍ୟନ୍ତ ତଥ୍ୟ ଥାଏ। ଆଣ୍ଟି ବାୟୋଟିକ୍, ପେନ୍ ରିଲିଫ୍ ଓ ଆଣ୍ଟି ଆଲର୍ଜିକ୍ ଔଷଧଗୁଡ଼ିକ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି। ଔଷଧ କିଣିବା ପୂର୍ବରୁ ତା’ ଉପରେ ଛପାଯାଇଥÒବା କ୍ୟୁଆର୍ କୋଡ୍କୁ ସ୍କାନ୍ କରନ୍ତୁ। ସ୍କାନ୍ କରିବା ଦ୍ବାରା ଉକ୍ତ ଔଷଧର ସମସ୍ତ ତଥ୍ୟ ମିଳିଯାଏ। କିନ୍ତୁ ନକଲି ଔଷଧରେ କ୍ୟୁଆର୍ କୋଡ୍ ନଥାଏ।
ବାର୍କୋଡ୍ ପ୍ରତି ଧ୍ୟାନ ଦିଅନ୍ତୁ
ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ବାରା କିଛିନକଲି ଔଷଧରେ ମଧ୍ୟ କ୍ୟୁଆର୍ କୋଡ୍କୁ ନକଲ କରି ପିଣ୍ଟ୍ ହୋଇପାରୁଛି। ତେଣୁ ଅସଲି ଓ ନକଲି ଔଷଧ ଜାଣିପାରୁନଥିବା ଲୋକଙ୍କ ପାଇଁ ଆଉ ଏକ ସହଜ ଉପାୟ ହେଉଛି ବାର୍କୋଡ୍ ଉପରେ ଦୃଷ୍ଟି ଦେବା। ବାର୍କୋଡ୍ ହେଉଛି ସିଙ୍ଗଲ୍ ୟୁଜର୍। ଏହାକୁ କପି କରାଯାଇପାରିବ ନାହିଁ। ଏହି ବାର୍କୋଡ୍କୁ ସ୍କାନ୍ କରି ଅସଲି ଓ ନକଲି ଔଷଧ ସମ୍ପର୍କରେ ଜାଣିପାରିବେ। ବିଶେଷ ଭାବେ ୧୦୦ ଟଙ୍କାରୁ ଊର୍ଦ୍ଧ୍ବ ଔଷଧ ଉପରେ ବାର୍କୋଡ୍ ପ୍ରିଣ୍ଟ୍ କରିବାର ନିୟମ ରହିଛି। ତେଣୁ ଏଭଳି ସ୍ଥତିରେ କୌଣସି ଔଷଧ ଉପରେ ବାର୍କୋଡ୍ ନଥିଲେ, ତାହା ନକଲି ବୋଲି ଜଣାପଡ଼େ।
କେମିତି ଜାଣିବେ ଔଷଧ ଅସଲି କି ନକଲି ?
