କେବଳ ବେଲପତ୍ର ନୁହେଁ, ଏହି ଦ୍ରବ୍ୟ ମଧ୍ୟ ଭଗବାନ ଶିବଙ୍କ ପ୍ରିୟ

ଧର୍ମ ଅଧ୍ୟାତ୍ମ

ବେଲପତ୍ରର ମହତ୍ତ୍ୱ

– ଜଳପ୍ରିୟ ଶିବଙ୍କର ପୂଜା ବେଲପତ୍ର ବିନା ସମ୍ପନ୍ନ ହୁଏ ନାହିଁ

– ବେଲପତ୍ର ଅର୍ପଣ କରି ପୂଜା କଲେ ଯଥାଶୀଘ୍ର ଶିବଙ୍କ କୃପା ମିଳେ

– ବେଲପତ୍ରର ଆଉ ଏକ ବିଶେଷତ୍ୱ ଏହା ବାସି ହୁଏନାହିଁ

– ଯେଉଁ ପତ୍ର ଶିବଲିଙ୍ଗରେ ଚଢ଼ାଯାଇଥାଏ ତାକୁ ଧୋଇ ଆଉ ଥରେ ପୂଜାରେ ବିନିଯୋଗ କରାଯାଇପାରେ

– ବେଲଗଛକୁ ମହାଦେବଙ୍କ ସ୍ୱରୂପ ବୋଲି ବିଚାର କରାଯାଏ

– ବେଲଗଛକୁ ଶ୍ରୀବୃକ୍ଷ ମଧ୍ୟ କୁହାଯାଏ

– ଏହି ବୃକ୍ଷକୁ ପୂଜା କଲେ ମା’ ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି

– ଶାସ୍ତ୍ର କୁହେ ବିଲ୍ୱବୃକ୍ଷ ମୂଳରେ ଗିରିଜା, ଦେହରେ ମାହେଶ୍ୱରୀ, ଶାଖାରେ ଦକ୍ଷାୟନୀ ବାସକରନ୍ତି

– ପତ୍ରରେ ପାର୍ବତୀ, ପୁଷ୍ପରେ ଗୌରୀ, ଫଳରେ କାତ୍ୟାୟନୀ ବାସ କରନ୍ତି

– ବେଲପତ୍ର ସେବନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

– ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ ନିୟମିତ ବେଲପତ୍ର ସେବନ କଲେ ଅମ୍ଲଜନିତ ଯନ୍ତ୍ରଣାରୁ ମୁକ୍ତି ମିଳେ

– ବେଲପତ୍ର ସେବନ କଲେ ପାଚନ ଶକ୍ତି ବୃଦ୍ଧି ପାଏ

– ବେଲପତ୍ର ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ରହିଛ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଭାଙ୍ଗ ପତ୍ରର ସରବତ ପ୍ରସ୍ତୁତ କରାଯାଇ ଭଗବାନ ଶିବଙ୍କୁ ଅର୍ପଣ କରାଇବା ଦ୍ବାରା ତାଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। କୁହାଯାଇଛି ଯେ, ଭାଙ୍ଗ ଏକ ପ୍ରକାରର ଔଷଧ ଅଟେ। ଯେତେବେଳେ ଭଗବାନ ଶିବ ବିଷ ପାନ କରିଥିଲେ, ସେତେବେଳେ ତାହାର ଉପଚାର କରିବା ପାଇଁ ଭାଙ୍ଗ ପତ୍ରର ବ୍ୟବହାର କରାଯାଇଥିଲା।

Leave a Reply

Your email address will not be published. Required fields are marked *