କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ପ୍ରୟାଗରାଜ ଠାରେ ତ୍ରିବେଣୀ ସଙ୍ଗମରେ ସପରିବାର ବୁଡ଼ ପକେଇଲେ।

ମା’ ଗଙ୍ଗା, ଯମୁନା ଏବଂ ସରସ୍ଵତୀଙ୍କ ତ୍ରିବେଣି ସଙ୍ଗମରେ ସପରିବାର ବୁଡ ପକେଇବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭର ଅଲୌକିକ ସଙ୍ଗମର ଅବସର ଉପନୀତ ହୋଇଛି।  ଏହି ସଙ୍ଗମରେ ପୂଜ୍ୟ ସାଧୁ ସନ୍ଥ ଏବଂ ଭକ୍ତମାନେ ଏକାଠି ହୋଇଛନ୍ତି। ଏହା ହେଉଛି ଧର୍ମ ଏବଂ ବିଶ୍ୱାସର ସବୁଠାରୁ ମହାନ ପର୍ବ। ଏହି ଭଳି ଦିବ୍ୟ ଅବସରରେ ଏକତାର ମହାପର୍ବ ‘ମହାକୁମ୍ଭ’ରେ ସପରିବାର ଶ୍ରଦ୍ଧାର ସହିତ ସ୍ନାନ କରିବା ମୋ ପାଇଁ ଦିବ୍ୟ ଅନୁଭୁତି ଏବଂ ପରିବାର ପାଇଁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ମନ୍ତ୍ରୀ।

Leave a Reply

Your email address will not be published. Required fields are marked *