ଫୋକସ ପ୍ଲସ ୧୮/୦୬/୨୨(ଅନୁଗୋଳ): ଗତ ୧୩ ତାରିଖ ଠାରୁ ୪ ଦିନ ଧରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର ପୋଲିସ ଇଡି ଏଆଇସିସି କାର୍ଯ୍ୟଳୟରେ ଜେରା କରିଥିବା ନେଇ ଏହାର ପ୍ରତିବାଦରେ କଂଗ୍ରେସ କର୍ମୀ ଏହାକୁ ବିରୋଧ କରିଥିବା ବେଳେ ଏହା ପୋଲିସ ପକ୍ଷରୁ ବର୍ବରତାର ସହ ଆକ୍ରମଣ କରିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଏହାକୁ ଦୃଢ଼ ବିରୋଧ କରାଯାଇଥିବା ବେଳେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଅନୁଗୋଳ ଜିଲ୍ଲା ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଅନୁଗୋଳ ପୋଷ୍ଟ ଅଫିସ୍ ସମ୍ମୁଖରେ ବିଜେପି ସରକାର ବିରୋଧରେ ଏକ ଗଣ ବିକ୍ଷୋଭ କରାଯିବା ସହ ଦୃଢ଼ ନିନ୍ଦା କରିଛି କଂଗ୍ରେସ । ଏହି ଗଣ ବିକ୍ଷୋଭ ବେଳେ ଅନୁଗୋଳ ରାଜ୍ୟ କଂଗ୍ରେସ ର ବରିଷ୍ଠ ନାରୀ ନେତ୍ରୀ ସସ୍ମିତା ବେହେରା , ରାଜ୍ୟ ଓବିସି ସେଲ୍ ସମ୍ପାଦକ ଜିତେନ୍ଦ୍ର ସାହୁ ,ବରିଷ୍ଠ ନେତା ଦିଗାମ୍ବର ଗଡନାୟକ , ଶରତ ପ୍ରଧାନ , ଯୁବ ନେତା ଟିକନ ବେହେରା ଙ୍କ ସମେତ କଂଗ୍ରେସର ବହୁ କର୍ମୀ ପ୍ରମୁଖ ଉପସ୍ଥିତ ରହି ବିଜେପି ବିରୋଧରେ ଗଣ ବିକ୍ଷୋଭ କରିଥିଲେ ।
ଅନୁଗୋଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଳସ |