ଗୋଟିଏ ପରେ ଗୋଟିଏ ବିଜେଡିର ଗଡ ଭାଙ୍ଗୁଛି। ବିଜେଡି ହେଭିୱେଟ ଅତନୁ ସବ୍ୟସାଚୀ ନାୟକଙ୍କ ଗଡରେ ଶକ୍ତି ଦେଖାଇଛି ବିଜେପି।ସରକାରୀ ଦଳର ଗୋଟି ଚାଳନାରେ ଶକ୍ତ ଧକ୍କା ଖାଇଛି ବିଜେଡି। କିଛି ଦିନର ପାୱାର ପ୍ଲେ ପରେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତ ଅନାସ୍ଥାରେ ହାରିଛନ୍ତି। ପଞ୍ଚାୟତ ସମିତିର ମୋଟ ୬୨ ଜଣ ସମିତି ସଭ୍ଯ ଓ ସରପଞ୍ଚଙ୍କ ମଧ୍ୟରୁ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ୪୯ ଜଣ। ଏବଂ ଅନୁପସ୍ଥିତ ଥିଲେ ୫ ଜଣ ସରପଞ୍ଚ ଓ ୮ ଜଣ ସମିତି ସଭ୍ଯ। କଳ୍ପନାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ପଡିଥିଲା ୪୯ ଭୋଟ। ମାନେ ଯେଉଁମାନେ ଭୋଟିଂରେ ସାମିଲ ହୋଇଥିଲେ ସେମାନେ ସମସ୍ତେ ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟ ଦେଇଥିଲେ। ଫଳରେ ପଦ ହରାଇଛନ୍ତି କଳ୍ପନା ରାଉତ।
କେନ୍ଦ୍ରାପଡାର ମହାକାଳପଡାରେ ବିଜେଡିକୁ ଶକ୍ତ ଝଟକା।
