କୃଷି ବିଭାଗରେ ଆତ୍ମା କେଳେଙ୍କାରୀ

ଫୋକସ ପ୍ଲସ 19/3/23(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ନର୍ଲା କୃଷି କାର୍ଯ୍ୟାଳୟ ରେ ବର୍ଷ ବର୍ଷ ଧରି ଚାଷୀ ଙ୍କୁ ଲୁଣ୍ଠନ କରାଯାଉଥିବା ସଙ୍ଗେ ସଙ୍ଗେ ସରକାରୀ ଅର୍ଥ କୁ ମଧ୍ୟ ଆତ୍ମସାତ କରାଯାଉଥିବା ସହ ବିଭିନ୍ନ କେଳେଙ୍କାରୀ ରେ ପୂର୍ବତନ କୃଷି ଅଧିକାରିଣୀ ଙ୍କ ସମ୍ପୃକ୍ତି କୁ ନେଇ ଅନେକ ତଥ୍ୟ ସାମ୍ନା କୁ ଆସିଥିବା ବେଳେ ବର୍ତମାନ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ କରାଯାଇଥିବା ଆତ୍ମା ଯୋଜନା ରେ ମଧ୍ୟ ଦୁର୍ନୀତି କରାଯାଇଥିବା ଭଳି କିଛି ତଥ୍ୟ ସାମ୍ନା କୁ ଆସିଛି l ନର୍ଲା କୃଷି କାର୍ଯ୍ୟାଳୟ ରେ ୨୦୧୯-୨୦ ରେ ଫାର୍ମ ସ୍କୁଲ ନାଁ ରେ ଚାଷୀ ଙ୍କ ଅର୍ଥ କୁ ହଡଫ କରାଯାଇଥିବା ସୂଚନା ଅଧିକାର ଆଇନ ରେ ମିଳିଥିବା ତଥ୍ୟରୁ ସ୍ପଷ୍ଟ ପ୍ରମାଣ ମିଳିଛି l କାଗଜ ପତ୍ର ରେ ଚାଷୀ ମାନଙ୍କୁ ୬ ଦିନ ଟ୍ରେନିଙ୍ଗ ଦିଆଯାଇଥିବା ଉଲ୍ଲେହ ରହିଥିବା ବେଳେ ଏଠି କିନ୍ତୁ ଚାଷୀଙ୍କୁ କେବଳ ଦୁଇ ରୁ ତିନି ଦିନ ଟ୍ରେନିଙ୍ଗ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି l ଏହାର ମୂଖ୍ୟ ଉଦେଶ୍ୟ ହେଲା ସିଧା ସଳଖ ଚାଷୀଙ୍କ ଅର୍ଥ ହଡଫ କରିବା l ଚାଷୀଙ୍କୁ ଉନ୍ନତ ମାନର ଚାଷ ପ୍ରଣାଳୀ ବାବଦରେ ଅବଗତ କରେଇବା ପାଇଁ ସରକାର ବିଭିନ୍ନ ପ୍ରକାର ଟ୍ରେନିଙ୍ଗ ର କରେଇବା ର ବ୍ୟବସ୍ଥା କରାଉଛନ୍ତି ହେଲେ ବାସ୍ତବରେ ଏଠି ଅନ୍ୟ ପ୍ରକାର ଟ୍ରେନିଙ୍ଗ କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳୁଛି l ୬ ଦିନ ର ଟ୍ରେନିଙ୍ଗ କୁ ୨ ରୁ ୩ ଦିନ ରେ ସାରିଦେଇ ବାକି ୩ ରୁ ୪ ଦିନ ର ଚାସି ମାନଙ୍କ ହକ କୁ ବାଟମାରଣା କରାଯାଉଥିବା ଦେଖିବାକୁ ମିଳୁଛି l
ସୂଚନା ମୁତାବକ ଚାଷୀଙ୍କୁ ଗୋଟିଏ ଦିନର ଟ୍ରେନିଙ୍ଗ ଦେଇ ଗୋଟିଏ ଦିନରେ ହିଁ ସମସ୍ତ ୬ ଦିନର କାଗଜ ପତ୍ର ଏକା ଥରକରେ ଦସ୍ତଖତ କରେଇ ନିଆ ଯାଇଛି l କେତେକ ଚାଷୀଙ୍କ ନାଁ ରେ ତ ଜାଲ ଦସ୍ତଖତ ମଧ୍ୟ କରାଯାଇଛି l ଜଣେ ବ୍ୟକ୍ତି ନାଁ କଡରେ କଉଠି ଓଡ଼ିଆ ରେ ଦସ୍ତଖତ କରାଯାଇଛି ତ ଆଉ ଏକ କାଗଜ ରେ ଇଂରାଜୀ ରେ ଦସ୍ତଖତ କରାଯାଇଛି ତ ଆଉ କେତେକ ସ୍ଥାନରେ ହିନ୍ଦୀ ରେ ଦସ୍ତଖତ ରହିଛି l ସେଥିପାଇଁ ତ ଏତେ ଦିନ ଧରି ସୂଚନା ଅଧିକାର ଆଇନ ରେ ତଥ୍ୟ ମାଗି ଟଙ୍କା ପୈଠ ହେଇ ସାରିଥିଲେ ମଧ୍ୟ ବିଭାଗ ତରଫ ରୁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉନଥିବା ଦେଖିବାକୁ ମିଳୁଛି l ପୂର୍ବତନ କୃଷି ଅଧିକାରିଣୀଙ୍କ ହାତ ଏତେ ଲମ୍ବା ରହିଛି ଯେ ତଥ୍ୟ ନ ଦେବା ପାଇଁ ସିଧାସଳଖ ମନା କରିଦେଉଥିବା ସୂଚନା ମିଳୁଛି l କାହା ସ୍ୱାର୍ଥ ନେଇ ଆତ୍ମା ତରଫରୁ ବିଭିନ୍ନ ଯୋଜନାରେ ରହିଛି କୃଷି ଭିତ୍ତିକ ତାଲିମ? ପ୍ରକୃତରେ ନର୍ଲା ଅଞ୍ଚଳର ଚାଷୀ ପାଉଛନ୍ତି କି ତାଲିମ ? କାହିଁକି ଗତ ତିନିବର୍ଷ ମଧ୍ୟରେ ନର୍ଲା ଚାଷୀଙ୍କୁ ପ୍ରତାରିତ କରାଯାଇଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉନି କାହିଁକି । ନର୍ଲା ର ତତ୍କାଳୀନ ସହକାରୀ କୃଷି ଅଧିକରିଣୀଙ୍କୁ ଏଥିପାଇଁ ବିଭାଗ ଦଣ୍ଡିତ କରୁନି କାହିଁକି ? ଏଭଳି ପ୍ରଶ୍ନ ନର୍ଲା ଅଞ୍ଚଳର ଚାଷୀମାନେ ଏଭଳି ଅନେକ ପ୍ରଶ୍ନ କରୁଥିବା ବେଳେ ବିଭାଗ କିନ୍ତୁ ଏହି ଦୁର୍ନୀତି ରାଣୀ ତତ୍କାଳୀନ ସହକାରୀ କୃଷି ଅଧିକରିଣୀଙ୍କୁ ଘଣ୍ଟ ଘୋଡାଉଥିବା ଜଣା ପଡ଼ିଛି ? ନର୍ଲା ଅଞ୍ଚଳର ଚାଷୀଙ୍କ ପ୍ରଶ୍ନ ବର୍ତ୍ତମାନ ଚକାପାଦରେ କାର୍ଯ୍ୟରତ ଏହି ଦୁର୍ନୀତିଖୋର ସହକାରୀ କୃଷି ଅଧିକରିଣୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ??

Leave a Reply

Your email address will not be published. Required fields are marked *