ଫୋକସ ପ୍ଲସ (ନୟାଗଡ଼)୧୦/୦୭/୨୦୨୨: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ର ସୋମନାଥ ଦେବ ବିଦ୍ୟାପୀଠ ହରିପୁର ସ୍କୁଲ ର ଏହି ବର୍ଷ କୃତିକାର୍ଯ୍ୟ ହୋଇଥିବା A1 ଛାତ୍ରଛାତ୍ରୀ ଙ୍କୁ ଆଜି ଏକ ସମ୍ବୋର୍ଧନା ଉତ୍ସବ ଅନୁଷ୍ଠିତ କରି ପୁଷ୍ପ ଗୁଛ ସହ ସ୍ୱାଗତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହରିପୁର ଗ୍ରାମପଞ୍ଚାୟତ ର ଯୁବ ସରପଞ୍ଚ ଜିତେନ୍ଦ୍ର ଖଟୁଆ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ ବେରୁଆଁବାରି ଗ୍ରାମପଞ୍ଚାୟତ ର ଯୁବ ସମାଜସେବୀ ବିରଞ୍ଚି ନାରାୟଣ ବେହେରା, ହରିପୁର ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ପ୍ରତାପ କୁମାର ମହାପାତ୍ର, ହରିପୁର ଗ୍ରାମପଞ୍ଚାୟତ ର ବରିଷ୍ଠ ସମାଜସେବୀ ଖଦାଳ ପ୍ରଧାନ, ବାସୁଦେବ ଖଟୁଆ ଯୋଗ ଦେଇଥିଲେ || ହରିପୁର ସୋମନାଥ ଦେବ ବିଦ୍ୟାପୀଠ ର ସମସ୍ତ ଶିକ୍ଷକ ମଧ୍ୟ୍ୟ ଏହି ସମ୍ବୋର୍ଧନା ଉତ୍ସବ ରେ ଯୋଗ ଦେବା ସହ ସମସ୍ତ ଛାତ୍ରଛାତ୍ରୀ ସହ A1 ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଙ୍କୁ ଆଗକୁ ସ୍କୁଲ ସହ ନିଜ ଅଞ୍ଚଳ ର ନା ରଖିବାକୁ ପ୍ରେରଣା ଦେବା ସହ ଆଶ୍ରିବାଦ ପ୍ରଦାନ କରିଥିଲେ | ଏହି ଅବସରରେ ହରିପୁର ଗ୍ରାମପଞ୍ଚାୟତ ର ଯୁବ ସରପଞ୍ଚ ଜିତେନ୍ଦ୍ର ଖଟୁଆ ନିଜର ଅଭିଭାଷଣ ରେ ପିଲାମାନେ କିଭଳି ଆଗକୁ ଏହି ଭଳି ରେଜଲ୍ଟ କରିବେ, ମ୍ୟାଟ୍ରିକି ପରୀକ୍ଷା କୃତିକାର୍ଯ୍ୟ ହୋଇଥିବା ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ମାଆ ଗଡ଼ ଚଣ୍ଡୀ ଏବଂ ହରିପୁର ର ଆରାଧ୍ୟ ଦେବ ବାବା ସୋମନାଥ ଙ୍କ ପାଖରେ ପ୍ରାଥନା କରିଥିଲେ |
ଏବଂ ସୋମନାଥ ଦେବ ବିଦ୍ୟପୀଠ ହରିପୁର ସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ.ଜୋଶ୍ନାମଞ୍ଜରୀ ମହାପାତ୍ର, ଶଙ୍କର୍ଷଣ ସାହୁ,ପରମେଶ୍ୱର ମହାପାତ୍ର, ବିଜୟ ବାରିକ, ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ତ୍ରିନାଥ ମିଶ୍ର ଛାତ୍ରଛାତ୍ରୀ ଙ୍କୁ ଭଲ ମଣିଷ ହେବାର ପ୍ରେରଣା ଦେବା ସହ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ହରିପୁର ସୋମନାଥ ଦେବ ବିଦ୍ୟାପୀଠ ର ଆରାଧ୍ୟ ଦେବ ବାବା ସୋମନାଥ ଙ୍କ ପାଖରେ ଆଶ୍ରିବାଦ ଭିକ୍ଷା ମଧ୍ୟ୍ୟ କରିଥିଲେ |
ନୟାଗଡ଼ ଜିଲ୍ଲା ନୂଆଗାଁ ରୁ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |