କିନ୍ନର ପଦ୍ମିନୀ ଙ୍କ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ କିନ୍ନର ସଂଘ।

ଯାଜପୁର, ବଡ଼ଚଣା18/12/2023; ବାଜା ବାଜୁଛି, ବାଣ ଫୁଟୁଛି ରୋଷଣୀ କରି ହୁଏତ ବର ଆସୁଥିବା ଦୃଶ୍ୟ ଭଳି ମନେ ହେଉଛି। ହେଲେ ଏ ଦୃଶ୍ୟ କୁ ଟିକେ ନିରିଖେଇକି ଦେଖିଲେ ଆପଣ ଜାଣିପାରିବେ ଏଠାରେ କଣ ଚାଲିଛି, ଆଜ୍ଞା ହଁ ଏଠି ଜଣେ କିନ୍ନର ଙ୍କ ଜନ୍ମଦିନ ବହୁତ ଧୂମଧାମ ରେ ପାଳନ କରାଯାଉଛି। ଏ ଦୃଶ୍ୟ ହେଉଛି କଟକ ଜିଲ୍ଲା ମାହାଙ୍ଗା ନିକଟସ୍ଥ ବାଲିଚନ୍ଦ୍ରପୁରର ଘଟଣା, ରାସ୍ତାରେ ରଥ ଗାଡ଼ିରେ କିନ୍ନର ପଦ୍ମିନୀ ଙ୍କୁ ରୋଷଣୀ କରି ମଣ୍ଡପକୁ ନେଇଯାଉଛନ୍ତି ସାଥି କିନ୍ନର ମାନେ ଆମେ ହୁଏତ ସାଧାରଣ ଭାବେ ଜନ୍ମ ଦିନ ଘରେ ଘରେ ପାଳନ କରିଥାଉ ହେଲେ ଏତେ ଯାକଜମକ ଭିତରେ ଭୋଜି ଭାତ ର ଆୟୋଜନରେ କିନ୍ନର ପାଳୁଛନ୍ତି ଜନ୍ମଦିନ। ରାଜ୍ୟ ସରକାର କିନ୍ନର ମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ସାହାଯ୍ୟର ହାତ ବଢାଇବା ପରେ ଏବେ କିନ୍ନର ମାନେ ସମାଜରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି, କେବଳ ସେତିକି ନୁହେଁ ଗରିବ ଲୋକଙ୍କୁ ସାହାଯ୍ୟ ସହଯୋଗ ସହିତ ବିଭିନ୍ନ ଅନୁଷ୍ଠାନ ରେ କୁନି କୁନି ପିଲାଙ୍କୁ ସହଯୋଗ ମଧ୍ୟ କରୁଛନ୍ତି କିନ୍ନର ସମାଜ। ଆଜି ଜନ୍ମଦିନ ପାଳନ କରି ସମାଜ କୁ ଏକ ନୂଆ ବାର୍ତ୍ତା ସେ ଦେଇଛନ୍ତି ଯେ ଆମେ ବି ସମସ୍ତଙ୍କ ପରି ଜନ୍ମଦିନ ପାଳନ କରି ଖୁସି ମନାଉଛୁ ଏବଂ ଏହି ଉତ୍ସବରେ କିନ୍ନର ସଂଘର ରାଜ୍ୟ ସଭାପତି ସ୍ବିଟି ସାହୁ ଏବଂ ସଂଘର ସମସ୍ତ ସଦସ୍ୟ ମାନେ ଯୋଗା ଦେଇଥିଲେ। ପଦ୍ମିନୀଙ୍କ ଜନ୍ମଦିନ ଦେଖି ସାଧାରଣ ରେ ବେଶ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *