କାହିଁକି ପ୍ରତାରଣା କଲେ ନବୀନ ସରକାର

ଫୋକସ ପ୍ଲସ 11/3/23(ବ୍ୟୁରୋ):  ତାଳଚେର ବାସୀ କି ଦୋଷ କରି ଥିଲେ….କାହିଁକି କଥା ଦେଇ କଥା ରଖୁ ନାହାନ୍ତି ସରକାର…ଉତ୍ତର ଦେବେ କି 5T ସରକାର… ହଁ ଦର୍ଶକ ବନ୍ଧୁ.. ତାଳଚେର ମେଡିକାଲ କଲେଜକୁ ସରକାରୀ ସ୍ତରରେ ଚାଲିବା ପାଈଁ ଘୋଷଣା କଲେ ହେଲେ ବର୍ଷେ ବିତି ଗଲା ହେଲେ ମେଡିକାଲ କଲେଜ ଚାଲୁ ହେଇ ପାରିଲା ନାହିଁ. କାହିଁକି ତାଳଚେର ବାସୀଙ୍କୁ ପ୍ରତାରଣା କରିଛନ୍ତି। ସରକାରଙ୍କ….ଯେଉଁ ତାଳଚେର ବାସୀ ଅଧିକ ଧୂଳିଧୂଆଁ ଖାଇ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ସରକାର ଙ୍କୁ ଅଧିକ ରାଜସ୍ବ ଦେଉଛନ୍ତି.ସରକାର ସେମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଆଖି ବନ୍ଦ କରି ଦେବା ବଡ଼ ଦୁଃଖ ର ବିଷୟ।.. ଦର୍ଶକ ବନ୍ଧୁ ରାଜ୍ୟ ର ମଧ୍ୟ ଭାଗ ତାଳଚେର. ମେଡ଼ିକାଲ କଲେଜ ଚାଲିଲେ ୪,୫ଟି ଜିଲ୍ଲା ଉପକୃତ ହୋଇପାରିବେ।ତାଳଚେର ମେଡ଼ିକାଲ କଲେଜର ଭିତ୍ତିଭୂମି ଅନ୍ୟ ଅପେକ୍ଷା ବହୁ ଗୁଣରେ ଉର୍ଣ୍ଣତ..।କୋଇଲା ଖଣି ସମୁଦାୟ ଅର୍ଥ ଦେବାପାଇଁ ଅଙ୍ଗୀକାର କରିଥିବା ବେଳେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ସମୟ ଗଡେଇ ଚାଲିବାର ଅଭିପ୍ରାୟ କଣ ? ଉପଜିଲ୍ଲାପାଳ ଙ୍କ ସମେତ ଜିଲ୍ଲାପାଳ ମଧ୍ୟ ପ୍ରତିଶ୍ରୁତି ଦେଲେ 2023ଜାନୁଆରୀ,ଫେବ୍ରୁଆରୀ ମାର୍ଚ୍ଚ ରେ ରୋଗୀ ସେବା ଆରମ୍ଭ ହେବ କିନ୍ତୁ କାଇଁହେଲା ଏଠି ସାଧାରଣ ବାସୀଙ୍କ ବଡ଼ ପ୍ରଶ୍ନ ସରକାର ଦେଇ ଥିବା କଥା ଧୂଆଁ ବାଣ ନୁହେଁ ତ.. ଆହୁରି ଅନେକ ପ୍ରଶ୍ନ ମଧ୍ୟ ତାଳଚେର ବାସୀଙ୍କ ମନରେ ଉଙ୍କି ମାରେ ତାଳଚେର ବାସି ?ଧୂଳିଧୂଆଁ ଖାଇ ବଡ଼ ବଡ଼ ରୋଗ ରେ ଜର୍ଜରିତ.. ତାଳଚେର ବାସୀ ଙ୍କୁ ରାଜ୍ୟ ସରକାରଙ୍କ ଏ ପ୍ରତାରଣା କଣ ପାଇଁ ?ଆଗାମୀ ଦିନରେ ଅନ୍ୟାୟ ବିରୋଧରେ ନିଶ୍ଚୟ ବିପ୍ଲବ ର ନିଆଁ ଜଳିବ।ଏଥିପାଇଁ ରାଜ୍ୟ ସରକାର ତୁମେ ଦାୟୀ ରହିବ। ମା ହିଙ୍ଗୁଳା ମାଟିର ବିପ୍ଲବୀ ସନ୍ତାନ, ପବିତ୍ର ପ୍ରଧାନ ର ଦାୟାଦ ଆଉ ଚୁପ ହୋଇ ବସି ରହିବା ସମ୍ଭବ ନୁହେଁ ବୋଲି ତାଳଚେର ବାସି ଚେତା ବନି ଦେଇ ଛନ୍ତି.. ଆହୁରି ମଧ୍ୟ ତାଳଚେର ବାସୀଙ୍କ ଡାକରା ହେ ତାଳଚେରର ଲଢୁଆ ପୁଅ ।ଉଠ ଜାଗ ଏ ସମସ୍ୟା ଆମ ଜୀବନ ମରଣ ର ସମସ୍ୟା।ଚୁପ ରହିଲେ ଧୂଳିଧୂଆଁ ଖାଇ ମରିବା।ଆମ ପ୍ରତି ହେଉଥିବା ଅନ୍ୟାୟ ବିରୋଧ ରେ ପ୍ରତିବାଦ କଲେ ବଞ୍ଚିବା।

Leave a Reply

Your email address will not be published. Required fields are marked *