କାହିଁକି ଚୁପୁ ବସିଛନ୍ତି ପୌର ପରିଷଦର ଅଧିକାରୀ ବଳୟ ଦେହୁରୀ |

ତାଳଚେର11/01/2024: କାହିଁକି ଚୁପୁ ବସିଛନ୍ତି ପୌର ପରିଷଦର ଅଧିକାରୀ ବଳୟ ଦେହୁରୀ, କାହା ଚାପରେ ନାଁ କାହା ଡରରେ | ଏପଟେ ଉପଖଣ୍ଡ ପ୍ରଶାସନ ବି ଚୁପୁ ହୋଇ ବସି ପଡିଛନ୍ତି |ଖବର ପ୍ରସାରଣ ହେଲା ପରେ ଚିଙ୍କି ପଡିଲେ ରଡ଼ ଆଜିବେଷ୍ଟ ଦୋକାନୀ | କହିଲେ ମୁଁ କୋଟି ପତି ମୋର MCL ରେ କୋଟି କୋଟି ଟଙ୍କାର ଜାଗା ଯାଇଛି.ସେଇ ଟଙ୍କାରେ ବେପାର କରୁଛି. ଯିଏ ଆସିବ ତା ମୁହଁକୁ ଟଙ୍କା ଫିଙ୍ଗିବି.ମୋର କେହି ବି କିଛି କରି ପାରିବେ ନାହିଁ| ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ତାଳଚେର ପୌରାଞ୍ଚଳର 15ନଂ ୱାର୍ଡ ରେ ଥିବା ଦୈନିକ ପରିବା ମାର୍କେଟର ରଡ଼ ଓ ଆଜିବେଷ୍ଟ ଗୋଦାମ କଥା, ଯାହା ସରକାର ଙ୍କ ନିୟମ ଅଛି ଯିଏ କୌଣସି ବ୍ୟବସାୟ କରିବ ତାଙ୍କର ପାର୍କିଂ ବ୍ୟବସ୍ଥା ରହିବାର ଆବଶ୍ୟକ ଅଛି | କିନ୍ତୁ ଏଠି ସରକାରୀ ଜାଗାରେ ଗୋଦାମ କରି ବେପାର କରିବେ ଖବର ପ୍ରସାରଣ ହେଲେ ସାମ୍ବାଦିକ ଙ୍କୁ ନାଲି ଆଖି ଦେଖାଇବେ | ଆହୁରି ମଧ୍ୟ ଅନେକ ପ୍ରଶ୍ନ ପ୍ରିଣ୍ଟିଂମିଡ଼ିଆ ଏବଂ ଇଲୋକ୍ଟ୍ରୋନିସି ମିଡ଼ିଆ ରେ ଲଗାତାର ଖବର ପ୍ରସାରଣ ହେଲା ପରେ ବି ଚେତା ପଶୁନି ସ୍ଥାନୀୟ ପ୍ରଶାସନଙ୍କର | ଯଦି ଦୁର୍ଭାଗ୍ୟ ବଶତଃ କୌଣସି ବ୍ୟକ୍ତିଙ୍କର ଦୁର୍ଘଟଣା ରେ ଆଖି କାନ ଫୁଟି ଯାଏ | ସେଥିପାଇଁ ଦାଈ ରହିବେ କି ପୌରପରିଷଦ ଅଧିକାରୀ, ନାଁ ଦାଈ ରହିବେ କି ଉପଖଣ୍ଡ ଅଧିକାରୀ | ଯଦି ନାଁ ତାହେଲେ କାହିଁକି ନେଉ ନାହାନ୍ତି କାର୍ଯ୍ୟାନୁଷ୍ଠାନ ଯଦି ହଁ ତାହେଲେ କୁମ୍ଭକର୍ଣ ନିଦରେ କାହିଁକି ସୋଇଛନ୍ତି ଅଧିକାରୀ | ଏଠି ଜନସାଧାରଣ ଙ୍କ ପ୍ରଶ୍ନ ରଡ଼ ଆଜିବେଷ୍ଟ ଦୋକାନୀ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ| ଦେଖିବାକୁ ବାକି ରହିଲା ବାରମ୍ବାର ଖବର ପ୍ରସାରଣ ହେଲା ପରେ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ପୌର ଅଧିକାରୀ |

Leave a Reply

Your email address will not be published. Required fields are marked *