କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

 

ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। ,
କିଛି ଦିନ ପୂର୍ଵ ରୁ ବାଗେଶ୍ୱର ବାବାଙ୍କ ପାଗଳ ଶବ୍ଦର ବ୍ୟବହାରକୁ ନେଇ ବିହାରରେ ଉାତ୍ତଜନା ସୃଷ୍ଟି ହୋଇଥିଲା। ଏଥି ସହିତ ବର୍ତ୍ତମାନ ତାଙ୍କର ଆଉ ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି!

ବର୍ତମାନ ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀ ଏବେ ଗୁଜରାଟ ଗସ୍ତରେ ଅଛନ୍ତି।

ଏହି ସମୟରେ ସେ ସୁରଟରେ ହିନ୍ଦୁ ବିଷୟରେ ଏକ ବହୁତ ବଡ଼ ବିବୃତ୍ତି ଦେଇଛନ୍ତି। ଅହମଦାବାଦର ଭାଟୱା ଠାରେ ଆୟୋଜିତ ଦେବକି ନନ୍ଦନ ଠାକୁରଙ୍କ ଶିବପୁରାଣ କଥାରେ ସମୟରେ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି କେବଳ ଭାରତ ନୁହେଁ ପାକିସ୍ତାନ ମଧ୍ୟ ହିନ୍ଦୁ ରାଷ୍ଟ୍ର ହେବ। ଏହି ତାଙ୍କର ଏହି ବିବୃତ୍ତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯେଉଁ ଦିନ ଗୁଜରାଟର ଲୋକମାନେ ଏକଜୁଟ ହେବେ, ଭାରତ ଭଳି ପାକିସ୍ତାନକୁ ମଧ୍ୟ ହିନ୍ଦୁ ରାଷ୍ଟ୍ରରେ ପରିଣତ କରାଯିବ।

Leave a Reply

Your email address will not be published. Required fields are marked *