ଫୋକସ ପ୍ଲସ ୧୯/୧/୨୩(ବ୍ୟୁରୋ): ଖରାପ ସ୍ୱପ୍ନ କାହିଁକି ଆସେ ?
ସାଧାରଣତଃ ରାତିରେ ଶୋଇବା ସମୟରେ ଅନେକ ଲୋକ ସ୍ୱପ୍ନ ଦେଖିଥାନ୍ତି | କିଛିଲୋକଙ୍କୁ ଭଲ ସ୍ୱପ୍ନ ଆସିଥାଏ ତ ଆଉ କିଛି ଲୋକଙ୍କୁ ଖରାପ ସ୍ୱପ୍ନ ବା ଭୟରେ ସ୍ବପ୍ନ ଆସିଥାଏ |ଯେଉଁଥିପାଇଁ ଭୟଭୀତ ହୋଇ ନିଦ ମଧ୍ୟ୍ୟ ଭାଙ୍ଗିଯାଏ | କିଛି ଲୋକଙ୍କୁ ପ୍ରତିଦିନ ସମସ୍ୟାର ସାମ୍ନା କରିବାକୁ ପଡିଥାଏ | ବାସ୍ତୁର କିଛି ସରଳ ଉପାୟ ଆପଣେଇ ଆପଣ ଖରାପ ଏବଂ ଭୟଙ୍କର ସ୍ୱପ୍ନରୁ ମୁକ୍ତି ପାଇପାରିବେ | ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା |
– ଅସଜଡ଼ା ତଥା ଅପରିଷ୍କାର ବିଛଣାରେ ଶୋଇବା ଦ୍ୱାରା ଆପଣଙ୍କୁ ମଧ୍ୟ୍ ଖରାପ ସ୍ୱପ୍ନ ଆସିଥାଏ |ତେଣୁ ଶୋଇବା ପୂର୍ବରୁ ସଫା କରିକି ସୋଇବା ଉଚିତ |
– ଏହା ବ୍ୟତୀତ ରାତିରେ କେଶକୁ ବାନ୍ଧି ଶୋଇବା ଉଚିତ | ରାତିରେ କେଶ ଖୋଲାଥିଲେ ଶୋଇଲେ ଆପଣ ମାନଙ୍କୁ ଖରାପ ସ୍ବପ୍ନ ଆସିଥାଏ |
– ବିଛଣାର ଆଖ ପାଖରେ କିମ୍ବା ତଳେ ଜୋତା , କିମ୍ବା ଚପଲ ରହିଥିଲେ ମଧ୍ୟ୍ୟ ଖରାପ ସ୍ବପ୍ନ ଆସିଥାଏ |
– ଚିରିଯାଇଥିବା ଚାଦର,ବିଛଣା ଉପରେ କବେ ହେଲେ ଶୁଅନ୍ତୁ ନାହିଁ |
– କାଗଜ କିମ୍ବା କପଡ଼ାରେ ଅଳ୍ପ ହଳଦୀ ଓ ଚାଉଳ ବାନ୍ଧି ଟକିଆ ତଳେ ରଖିବା ଦ୍ୱାରା ଭୟଙ୍କର ଏବଂ ଦୁଃସ୍ବପ୍ନରୁ ରକ୍ଷା ମିଳିଥାଏ |
– ରାତିରେ ଦୁଃସ୍ବପ୍ନ ଓ ଭୟରୁ ମୁକ୍ତି ପାଇବା ପାଇ ତମ୍ବା ପାତ୍ରରେ ଜଳ ରଖି ବିଛଣା ପାଖରେ ରଖିଦିଅନ୍ତୁ | ଏହି ସବୁ ପାଣିକୁ ସକାଳେ ଗଛରେ ଢାଳିଦିଅନ୍ତୁ | ଏହା ଦ୍ୱାରା ଆପଣଙ୍କୁ କୌଣସି ଦୁଃସ୍ବପ୍ନ ଆସିନଥାଏ |
କାହିଁକି ଆସିଥାଏ ଖରାପ ସ୍ବପ୍ନ ?
