କାହିଁକି ଆତ୍ମହତ୍ୟା କଲେ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ?

ଫୋକସ ପ୍ଲସ(ପୁରୀ): ଗୋପ ବ୍ଲକ ୧୧ ନମ୍ବର ଯୋନ ଜିଲ୍ଲାପରିଷଦ ଧମେନ୍ଦ୍ର ସାହୁ ଓରଫ ଟୁକୁନା ସାହୁ ନିଜ ଭୂବନେଶ୍ୱର ବାସଭବନରେ ଆତ୍ମହତ୍ୟା କରିବା ପରେ ନିଜ ଗାଁ ଷୋଳପୁର ଖଣ୍ଡିଆକୁଦରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି |ଜଣେ ମିଷ୍ଠଭାଷୀ, ମେଳାପୀ ଓ ପରୋପକାରୀ ଭାବରେ ଜଣାଶୁଣାଥିବା ଜନପ୍ରିୟ ନେତା କାହିଁକି ଆତ୍ମହତ୍ୟା କଲେ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ? ତେବେ ଧମେନ୍ଦ୍ରଙ୍କ ମୋବାଇଲ ଫୋନରେ ଥିବା ଭିଡିଓ ହସ୍ତଗତ ହେଲେ ସବୁର ଖୁଲାସା ହେବ ବୋଲି ଦାବୀ କରିଛନ୍ତି ଗ୍ରାମବାସୀ ।ଅନ୍ୟପଟେ ପୁଅକୁ ହରେଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବୃଦ୍ଧା ମାଆ କାନ୍ଦିକାନ୍ଦି ପୁଅଙ୍କୁ ଖୋଜୁଛନ୍ତି |ଧର୍ମେନ୍ଦ୍ରଙ୍କ ମର ଶରୀରକୁ ନିଜ ଜନ୍ମ ମାଟିକୁ ନନେଇ ସିଧାସଳଖ ଗୋପ ରୁ ପୁରୀ ଯିବା ରାସ୍ତା ନେଇଯିବାପରେ ନିଜ ଜନ୍ମିତ ମାଆଙ୍କ ଠାରୁ ଆରମ୍ଭ କରି ଗାଁ ଲୋକେ ଶେଷ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି |ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ |

ପୁରୀ ଜିଲ୍ଲା କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *