ଫୋକସ ପ୍ଲସ 24/4/23(ଯାଜପୁର): ସରକାରୀ କାର୍ଯ୍ୟାଳୟ ରୁ ଫାଇଲ ଗାଏବ। କାହା ସୁରକ୍ଷା ଭିତରେ ରହିଛି କୃଷି ବିଭାଗ। ଆଉ କାହା ଛତ୍ର ଛାୟା ତଳେ ରହି କାର୍ଯ୍ୟ କରୁଛି ଏ ବିଭାଗ। କାହା ବଳ ରେ ବଳିୟାନ ଏ ବିଭାଗ ର କର୍ମଚାରୀ। ଲୁଟିଲେ ତ ଲୁଟିଲେ ପୁଣି ସରକାରୀ ରାଜ କୋଷ ରେ ଲଗାଇ ଲେ ଚୂନ। ଏ କଥା ଆମେ କହୁନୁ। ସୁଚାନ ଅଧିକାର ଆଇନ ବଳ ରେ ମଗାଯାଇଥିବା ଏ ସବୁ ତଥ୍ୟ ଦର୍ଶାଉ ଛି ସରକାରୀ ଦପ୍ତର ଅସଲ ଚିତ୍ର। ଆଉ ଏଭଳି ଚିତ୍ର ଏବେ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରେ। ଏ ହେଉଛି ଦଶରଥପୁର ବ୍ଲକ କୃଷିବିଭାଗ କାର୍ଯ୍ୟାଳୟ। ଆଉ ଯେଉଁ କାର୍ଯ୍ୟାଳୟ ରେ ସରକାରୀ ଖର୍ଚ୍ଚ ର ଫାଇଲ ହେଇଛି ଗାଏବ। ଏମିତିକି ଖର୍ଚ୍ଚ ର ବିଲ ଭାଉଚର ବି କାର୍ଯ୍ୟଳୟ ରେ ନାହିଁ। ଯଦି ଅଛି ତେବେ ସୁଚାନ ଅଧିକାର ଆଇନ ବଳ ରେ ମଗାଯାଇଥିବା ବେଳେ ଏହା ସବୁ ଦେବାକୁ କାହିଁକି ପଛ ଘୁଞ୍ଚା ।
ବ୍ଲକ କୃଷି ବିଭାଗ ପକ୍ଷରୁ ଆତ୍ମା ଜରିଆରେ ବିଭିନ୍ନ ପ୍ରକଳ୍ପ ର ହିସାବ ସୂଚନା ଅଧିକାର ବଳ ରେ ମଗଯାଇଥିଲା। ହେଲେ ଆତ୍ମା କୁ ଏଠି ପରମାଆତ୍ମା କରଦେଇଛନ୍ତି ଖୋଦ ଏହି ବିଭାଗ ଦାଇତ୍ୱ ରେ ଥିବା ଅଧିକାରୀ। ଆତ୍ମା ନାମରେ ଚଳୁ କରିଛନ୍ତି ଲକ୍ଷାଧିକ ଟଙ୍କା। ଯଦି ନା ତେବେ କାହିଁକି ସୁଚାନା ଦେବା ପାଇଁ ଡ଼ରୁଛି ବିଭାଗ। ହେଇଛି କି ଆତ୍ମା କୁ ଅନେକ କିଛି ବଡ଼ ଘୋଟାଲା। କାହିଁକି ଲୁଚାଇ ରଖିଛି ଏ ସବୁ ତଥ୍ୟକୁ। ସରକାରୀ ହିସାବ କୁ ସୁଚାନ ଅଧିକାର ଆଇନ ବଳ ରେ ମାଗିଲେ କାହିଁକି ଜଳା ପୋଡା ହେଉଛି ଏଠି ଦଶରଥପୁର କୃଷି ବିଭାଗ ର। କିଏ ଚଳୁ କରି ଖାଇଛି ଆତ୍ମା ନାମରେ ଏତେ ଟଙ୍କା। ଆଉ କାହା କଲମ ମୁନରେ ହୋଇଛି ଦୁର୍ନୀତି। ଏତେ ପରେବି କଂହିକି ଚୁପ ଜିଲ୍ଲା କୃଷି ଅଧିକାରୀ।
କାହା ସୁରକ୍ଷା ରେ କୃଷି ବିଭାଗ ?
