କୁଆପଥର ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ଆଶଙ୍କା ରହିଛି। ତା’ ସହିତ ୫୦ରୁ ୬୦ କିମି ପର୍ଯ୍ୟନ୍ତ ପବନ ବୋହିପାରେ। ଏଥିପାଇଁ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ୨୫ ତାରିଖ ପରେ କ୍ରମଶଃ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୧୨୩.୪ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ ଗତ ରାତିରୁ ବର୍ଷା ଲାଗି ରହିଛି। ସେଠାରେ ୪୮ ମିମି ବର୍ଷା ରେକର୍ଡ କରାଯାଇଛି। ଛତ୍ରପୁରରେ ଆଜି ସକାଳୁ ସନ୍ଧ୍ୟା ଭିତରେ ୬୨.୮ ମିମି ବର୍ଷା ହୋଇଛି। କଟକରେ ୨୧.୨, ନୟାଗଡ଼ରେ ୧୫, ଗୋପାଳପୁରରେ ୧୪.୨, ଚାନ୍ଦବାଲିରେ ୧୬.୪ ଓ ଭୁବନେଶ୍ବରରେ ସନ୍ଧ୍ୟା ସୁଦ୍ଧା ୩ ମିମି ବର୍ଷା ହୋଇଛି।
କାଳବୈଶାଖୀ: ମୟୂରଭଞ୍ଜରେ ୧୨୩ମିମି ବର୍ଷା, ଆଉ କେଉଁଠି କେତେ ହୋଇଛି ବର୍ଷା?
