କାଲିଠାରୁ 3 ଜିଲ୍ଲା ରେ ପ୍ରବଳ ବର୍ଷୀବ , 16ରୁ ଘନୀଭୂତ ହୋଇପାରେ |

 

ଭୁବନେଶ୍ୱେର 14/11/2023; ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଜଗତସିଂହପୁର, ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ନେଇ ସୂଚନା । ଆସନ୍ତାକାଲି ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବା ପରେ ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ । ତେବେ ଆସନ୍ତା ୧୬ ତାରିଖରେ ଏହି ଅବପାତ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହେବ । ଓଡ଼ିଶା ଉପକୂଳ ନିକଟ ଦେଇ ଏହା ଗତି କରୁଥିବାରୁ ୧୬ ଓ ୧୭ ତାରିଖରେ ରାଜ୍ୟରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ ।୧୬ ତାରିଖରେ ରାଜ୍ୟର ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏହି ୩ ଜିଲ୍ଲା ହେଲା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ । ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୫ ତାରିଖରୁ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *