କାର୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ଉଡିଗଲା ପ୍ରାଣବାୟୁ।

ବୌଦ୍ଧ ୨୩।୪: ବୌଦ୍ଧ ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଦିଗିସିରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁଇ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । କାର୍ ଡ୍ରାଇଭର ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର । ଖବର ଲେଖିଲା ବେଳକୁ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ଉପସ୍ଥିତ ଥିବା ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *