କାର୍ଯ୍ୟ ଦିବସରେ ସରକାରୀ ବାବୁଙ୍କ ଭୋଜି ଓ ଦାଣ୍ଡିଆ ନାଚ,କାର୍ଯ୍ୟାନୁଷ୍ଠାନ କେବେ?

କେନ୍ଦୁଝର ୧୨/୦୨/୨୦୨୪: ପାୱାର ଅଛି ବୋଲି ଏତେ ବହପ? କାର୍ଯ୍ୟଦିବସରେ ସରକାରୀ ବାବୁଙ୍କ ଭୋଜି ଓ ନାଚ। ବାଡ ଯଦି ଫସଲ ଖାଏ କହିବା କାହାକୁ?ସରକାରୀ ନିୟମକୁ ଫୁ କଲେ ଖୋଦ୍ ସରକାରୀ ଅଧିକାରୀ।ନିୟମ କାନୁନକୁ ଦଳି ଚକଟି ମଉଜ ମସ୍ତିରେ ହଜିଗଲେ କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତ ସମିତି ର ସରକାରୀ ବାବୁ ଓ କର୍ମଚାରୀ। ହଦଗଡ ଡ୍ୟାମ୍ ଜିରୋ ପଏଣ୍ଟ ରେ ଚାଲିଥିଲା ଭୋଜି। ଗତ ଶୁକ୍ରବାର ୯ତାରିଖ ହଦଗଡ଼ ଡ୍ୟାମ୍ ର ଶିଶିଟିଭି ଫୁଟେଜ ଖୋଲିବ ସରକାରୀ ବାବୁଙ୍କ ଭୋଜି ଓ ଦଣ୍ଡିଆ ନାଚର ଗୁମର।ସରକାରୀ ଗାଡ଼ି କାହିଁକି ଯାଇଥିଲା ସେହି ଭୋଜିକୁ। କିଏ ଦେଇଥିଲା ଅନୁମତି? କିଏ କିଏ ଥିଲେ ସେହି ମଟନ୍ ଭୋଜିରେ ଏବଂ କାହା ଟଙ୍କାରେ ହେଉଥିଲା ଏହି ଭୋଜି।ଏହାକୁ ନେଇ ସାଧାରଣରେ ବଡ ପ୍ରଶ୍ନବାଚୀ ସୃଷ୍ଠି କରିଛି।ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ।ଠିକ୍ ଏମିତି ହାଟଡିହି ବ୍ଲକ ସରକାରୀ ବାବୁମାନେ ନିୟମ ଭାଙ୍ଗି ଥିବାରୁ କାର୍ଯ୍ୟାନୁଷ୍ଠାନ ହେବକି ନାହିଁ ସେନେଇ ସନ୍ଧେହ୍ ସୃଷ୍ଟି ହେଲାଣି। ୫ଟି ରେ ସାଧାରଣ ଜନତାଙ୍କ ପାଇଁ ଗୋଟେ ନିୟମ କିନ୍ତୁ ସରକାରୀ ବାବୁ ମାନଙ୍କ ପାଇଁ ମାପ।ତେବେ ସମୟ କହିବ କେବେ ହାଟଡିହି ସରକାରୀ ବାବୁଙ୍କ ଉପରେ ପଡ଼ିବ ୫ଟି ର ଚାଟ ।

Leave a Reply

Your email address will not be published. Required fields are marked *