ଫୋକସ ପ୍ଲସ 24/4/23(ବୋରିଗୁମ୍ମା): ବାଲିଯାତ୍ରା ପାଇଁ ବାଲି ରମ୍ଫା ଯାତ୍ରାରେ ଯୋଗ ଦେଲେ ସହ ସହ ଲୋକ । ପାରମ୍ପରିକ ଆଦିବାସୀଙ୍କ କୃଷି ଭିତ୍ତିକ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ ଗ୍ରାମରେ ଖୁସିର ଲହରୀ ।ଚଳିତ ବର୍ଷ ୧୩ବର୍ଷ ପରେ ଅନୁଷ୍ଠିତ ହେଉଛି କୃଷି ଭିତ୍ତିକ ବାଲିଯାତ୍ରା । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର କାଠଗରଡା ଗ୍ରାମ ଠାରେ ଅନୁଷ୍ଠିତ ହେବାକୁ ଥିବା ବାଲି ଯାତ୍ରା ପାଇଁ ବାଲି ରମ୍ଫା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଆଦିବାସୀ ମାନଙ୍କ କୃଷି ଭିତ୍ତିକ ପର୍ବ ଏହି ଗ୍ରାମ ଠାରେ ଦୀର୍ଘ ୧୩ବର୍ଷ ପରେ ଅନୁଷ୍ଠିତ ହେଉଥିବାରୁ ସମଗ୍ର ଅଞ୍ଚଳରେ ଏକ ଖୁସିର ଲହରୀ ଖେଳି ଯାଇଛି । ଗତ କାଲି ନିର୍ମିତ ହୋଇଥିବା ବାଲି ଘରୁ ହଜାର ହଜାର ସଂଖ୍ୟାରେ ଲୋକ ଲାଠି,ଚଙ୍ଗୁଡ଼ି , ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ଏକ ଶୋଭାଯାତ୍ରା ରେ ବାହାରି ଗ୍ରାମ ନିକଟରେ ବୋହି ଯାଇଥିବା ନଦୀ ରୁ ବାଲି , ପଟୁମାଟି ସଂଗ୍ରହ କରି ବାଲି ଘର କୁ ଆଣିବା ପାରେ ଗ୍ରାମରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ପ୍ରକାର ବିହନକୁ ଆଦିବାସୀ ପରମ୍ପରା ଅନଯାୟୀ ରୋପଣ କରିଥିବା ଦେଖା ଦେଇଥିଲା । ଜାନୁଆରୀ ୨୬ ଶ୍ରୀପଞ୍ଚମୀ ଠାରୁ ଗ୍ରାମ ଦେବତିଙ୍କୁ ପୂଜା ପାର୍ବଣ ପରେ ଆଗାମୀ ମେ ୩ ତାରିଖ ଦିନ ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଗ୍ରାମବାସୀ । ବାଲି ଯାତ୍ରା ଦିନ ହଜାର ହଜାର ଭକ୍ତ ଯୋଗ ଦେବାର ସମ୍ଭାବନା ଥିବା ବେଳେ ମୀନା ବାଜାର ,ଆଦିବାସୀ ନାଟକ ଏବଂ ବିଶାଳ ପଟୁଆର ବାହାରି ବାଲିଯାତ୍ରା ଶେଷ ହେବାର କାର୍ଯ୍ୟକ୍ରମ ରହିଛି।।। ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତା ଙ୍କ ରିପର୍ଟ ଫୋକସ ପ୍ଲସ ।।
କାଠରଗଡା ବାଲି ଯାତ୍ରା ପାଇଁ ବାଲି ରମ୍ପା
