କୋରାପୁଟ୨୩/୦୨/୨୦୨୪: କାଜୁ ବାଡ ତଦାରଖ ଓ ଜମି ମାଲିକାନାକୁ ନେଇ ଅଦାଲତଙ୍କ ଆଦେଶଙ୍କ ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ମାଛକୁଣ୍ଡ ତହସିଲଦାର। ନ୍ୟାୟ ପ୍ରଦାନ ନକରି ନିରବତା ଅବଲମ୍ବନ କରୁଥୁବାରୁ ନ୍ୟାୟ ପାଇବା ଦାବିରେ କୋରାପୁଟ ଜ଼ିଲ୍ଲା ଲମତାପୁଟ ବ୍ଲକର ବଂଜିଆମ୍ବ ଗ୍ରାମର ଲୋକେ ଛୋଟ ଛୁଆଙ୍କ ସମେତ ସପରିବାର କୋରାପୁଟ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ । ଜିଲ୍ଲା ପ୍ରଶାସନର ବୁଝାସୁଝା ପରେ ଧାରଣାରୁ ଉଠିଥିବାବେଳେ ଆସନ୍ତା ଦିନରେ ଏହାର ସମାଧାନ ନ ହେଲେ ରାଜରାସ୍ତାକୁ ଉହ୍ଲେଇବାକୁ ଚେତାବନୀ ଦେଇ ଫେରିଛନ୍ତି ଗାଁ ଲୋକେ। 2004 ମସିହାରୁ ବାଂଜିଆମ୍ବ ଗ୍ରାମବାସୀ କାଜୁ ବାଡର ପରିଚାଳନା ଓ ଭାଗ ଦଖଲ କରି ଆସୁଥୁଲେ ।ହେଲେ ଗତ 2019 ମସିହାରୁ କାଜୁ ଜଙ୍ଗଲ ନିକଟବର୍ତି ବାହିରିପଡା ଓ ଧୋବନିପୁଟ ଗ୍ରାମର ଲୋକେ କାଜୁବାଡକୁ ନିଜର ବୋଲି ଦାବିକରି ଦଖଲ କରିବାକୁ ଉଦ୍ୟମ କରିବାରୁ ତିନି ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାର ପ୍ରତିବାଦରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ବାଂଜିଆମ୍ବ ଗ୍ରାମବାସୀ । କୋରାପୁଟ ସିନିଅର ଡିଭିଜନ ସିଭିଲି ଜଜ ମାମଲାର ବିଚାର କରି ବାଂଜିଆମ୍ବ ଗ୍ରାମବାସୀ ସପକ୍ଷରେ ରାୟ ଦେଇଥିଲେ ମଧ୍ୟ ମାଛକୁଣ୍ଡ ତହସିଲଦାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ କାଜୁ ବାଡ ଜମି ସତ୍ବାଧିକାର ଦଖଲ କରିପାରୁନାହାନ୍ତି ଗ୍ରାମବାସୀ ।ଅଦାଲତର ଆଦେଶ ସତ୍ତ୍ୱେ ବାହିରିପଡା ଓ ଧୋବଣିପୁଟ ଗ୍ରାମବାସୀ କାଜୁ ବାଡକୁ ଜବର ଦଖଲ କରି ରଖିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବଂଜିଆମ୍ବ ଗ୍ରାମବାସୀ l ଗ୍ରାମର ସମସ୍ତ ପରିବାର ରୋଷୋଇ ସାମଗ୍ରୀ ଧରି ସପରିବାର ସହ କୋରାପୁଟ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଜିଲ୍ଲାପାଳଙ୍କ ନିକଟରେ ସମସ୍ତ ପ୍ରମାଣ ପତ୍ର ଉପସ୍ଥାପନ କରି ତ୍ବରିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ ଜିଲ୍ଲାପାଳ ଭି କୀର୍ତିଭାସନ ଧାରଣାକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାନେଇ ପ୍ରତିଶୃତି ଦେବାପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହର କରିଛନ୍ତି ।
କାଜୁ ବାଡ ତଦାରଖ ଓ ଜମି ମାଲିକାନାକୁ ନେଇ ଜ଼ିଲ୍ଲାପାଳଙ୍କ ଦ୍ଵାରସ୍ଥ ଗ୍ରାମବାସୀ l
