କଲିଙ୍ଗନଗର ରେ ଥିବା କାରଖାନା ମାନଙ୍କ ମନମାନି

ଫୋକସ ପ୍ଲସ(ଯାଜପୁର)୧୭/୦୮/୨୦୨୨: ଯାଜପୁର ଜିଲ୍ଲା କଲିଙ୍ଗନଗର ଅଞ୍ଚଳ ରେ ଛୋଟ ବଡ ମିଶି ୧୮ ରୁ ଅଧିକ କାରଖାନା ଗଡି ଉଠିଛି । ମାତ୍ର କଲିଙ୍ଗନଗର ଅବସ୍ଥା ରେ କିଛି ପରିବର୍ତ୍ତନ ହେବା ଭଲି ଲାଗୁ ନାହିଁ। ଏଠିକାର ସ୍ଥାନୀୟ କିଛି କୁଜି ନେତା ଓ ସ୍ଥାନୀୟ ପ୍ରସାସନ ଙ୍କୁ ଧରି ଏମାନେ ଧଳା କୁ କଳା କରିବା ରେ ବ୍ଯସ୍ତ ମାତ୍ର ସାଧାରଣ ଲୋକ ଭକୁଆ ସାଜୁଥିବା ଦେଖିବାକୁ ମିଳିଛି। କଲିଙ୍ଗନଗର କାରଖାନା ସ୍ଥାପନ ହୋଇଥିବା ବେଳେ କଲିଙ୍ଗନଗର ବାହାରେ ସିଏସ ଆର କାର୍ୟ୍ଯ ବା ଉର୍ନତି ମୂଳକ କାର୍ୟ୍ଯ କରାଯାଉଛି। ଠିକ୍ ସେହିପରି କଲିଙ୍ଗନଗର ରେ ବସବାସ କରୁଥିବା ଲୋକ ଧୂଳି ଧୂଆଁ ରେ ଜୀବନ ବିତାଇବେ ମାତ୍ର ବାହାରୁ ଆସି ଠିକାଦାର କାର୍ୟ୍ଯ କରିବେ, ବାହାର ସ୍ଥାନ ର ଲୋକ ମାନଙ୍କୁ ଚାକିରି ର ଅର୍ଗାଧୀକାର ମିଲିବ,ଯଦି ସ୍ଥାନୀୟ ଲୋକ ବିରୋଧ କରିବେ ତେବେ ସେମାନଙ୍କୁ କୈଣସି ନା କୈଣସି କେସ୍ ରେ ଛନ୍ଦି ଦିଆଯାଉଥିବା ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି।ଯାହା ଫଳ ରେ କଲିଙ୍ଗନଗର ରେ ଉର୍ନତି ମୂଲକ କାର୍ୟ୍ଯ କରିବା ପାଇଁ କୌଣସି ବ୍ୟକ୍ତି ଆଗକୁ ଆସୁନଥିବା ଜନସାଧାରଣ ଅଭିଯାଗ କରୁଥିବା ନଜରକୁ ଆସିଛି। କଲିଙ୍ଗନଗର ର ଜନ୍ମ ହେଉଛି ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ରେ ଯାହା କି ୧୯୯୨ ମସିହା ମେ ମାସ ୧୦ ତାରିଖ ରେ କଲିଙ୍ଗନଗର ରେ ସ୍ବର୍ଗତ ବିଜୁବାବୁ ସୁଭ ପକାଇଥିବା ବେଲେ କଲିଙ୍ଗନଗର ବାସୀ ଆଜି ବି କିଛି ସୁବିଧା ପାଇପାରି ନାହିଁନ୍ତି।ଯଥା ବିଜୁଳି,ଗମନାଗମନ, ଶିକ୍ଷା,ନିଯୁକ୍ତି,ଜଳ ସବୁ କ୍ଷେତ୍ର ରେ ପଛରେ ପଡି ଯାଇଥିବା ଅଭିଯାେଗ ଆସୁଛି। ସରକାରଙ୍କ ନିୟମ ପାଳନ କରିବା ପାଇଁ କିଛି କାରଖାନା ପଛଘୁଞ୍ଚା ଦେଉଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ କଲିଙ୍ଗନଗର ର ଉପଜିଲ୍ଲାପାଳ ଙ୍କୁ ଯଖପୁରା ଗ୍ରାମ ପଞ୍ଚାୟତ ର ସରପଂଚ ଓ ଗ୍ରାମବାସୀଙ୍କ ତରଫରୁ ଏକ ପତ୍ର ଲେଖା ଯାଇଥିଲା କି ଯଖପୁରା ଗ୍ରାମ ରେ କିଛି ଉର୍ନତି ମୂଲକ କାର୍ୟ୍ଯ କରିବା ପାଇଁ ସମସ୍ତ କାରଖାନା ର ସାହାୟ୍ଯ ର ଆବଶ୍ଯକ ଅଛି। ଯାହା କି ଗତ ଡିସେମ୍ବର ମାସ ୪ ତାରିଖ ରେ କଲିଙ୍ଗନଗର ର ଉପଜିଲ୍ଲାପାଳ ଶ୍ରୀ ଯୁକ୍ତ ସନ୍ତୋଷ ମିଶ୍ର ଯଖପୁରା ପଞ୍ଚାୟତ ରେ ଥିବା ଭିସା ଷ୍ଟିଲ୍ କୁ ସମସ୍ତ କାର୍ୟ୍ଯ କରିବା ପାଇଁ କହିଥିବା ବେଲେ ଆଜି ପର୍ୟ୍ଯନ୍ତ କାରଖାନା କିଛି କରିନାହିଁ।ପୁର୍ଣ୍ଣଶ୍ଚ ଜିଲ୍ଲାପାଳ ଙ୍କ ଜନଅଭିଯୋଗ ଶୁଣାଣି ରେ ଅଭିଯୋଗ କରିଥିବା ବେଳେ ଆଜି ପର୍ୟ୍ଯନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ସ୍ଥାନୀୟ ପ୍ରସାସନ କି ଉକ୍ତ କାରଖାନା,ଯଖପୁରା ଗ୍ରାମ ରେ ନିଜର କାରଖାନା କରି ସ୍ଥାନୀୟ ଲୋକ ମାନଙ୍କ ଜମିରେ କାରଖାନା ସ୍ଥାପନ କରିବା ବେଳେ ବହୁତ ସ୍ବପ୍ନ ଦେଖାଇଥିଲେ। ମାତ୍ର ଏବେ ଦାଦାଗିରି କରିବା ଦେଖିବାକୁ ମିଳୁଛି। ଯଦି ଉପଜିଲ୍ଲାପାଳ ଙ୍କ କଥା ରହୁନାହିଁ। ତେବେ ସାଧାରଣ ଲୋକ ମାନଙ୍କ ଅବସ୍ଥା କଣ ହେଉଥିବ ତାହା ଜନସାଧାରଣ ବୁଝିବା ପାଇଁ କିଛି ଅସୁବିଧା ହବ ନାହିଁ। ନିୟମ ଅନୁଯାୟୀ କାରଖାନା ମାନେ ସ୍ଥାନୀୟ ଅଞ୍ଚଳ ର ଉର୍ନତି ପାଇଁ ସବୁ କିଛି ସାହାୟ୍ଯ କରିବା କଥା ମାତ୍ର କଲିଙ୍ଗନଗର ରେ ସେମିତି କିଛି ଉର୍ନତି ମୂଲକ କାର୍ୟ୍ଯ କରୁନଥିବା ବେଲେ ସ୍ଥାନୀୟ ପ୍ରସାସନ ମଧ୍ଯ ନିରବଦଷ୍ଟା ସାଜି ବସିବା ଦ୍ବାରା କାରଖାନା ମାନଙ୍କୁ କୈଣସି ଉର୍ନତି ମୂଳକ କାର୍ୟ୍ଯ କରୁନାହାନ୍ତି,କାରଖାନା ଗୁଡିକ ସ୍ଥାନୀୟ କିଛି କୁଜି ନେତାଙ୍କୁ ନିଜ ସପକ୍ଷରେ ରଖିବା ପାଇଁ ସେମାନଙ୍କ ପକେଟ୍ ଗରମ କରୁଥିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଦେଖି ବାକୁ ବାକି ରହିଲା କି ପ୍ରସାସନ ଓ ସରକାର ଙ୍କର ନିଦ କେବେ ଭାଙ୍ଗୁଛି ଓ ସ୍ଥାନୀୟ କାରଖାନା ମାନେ ନିଜର କର୍ତ୍ତବ୍ଯ ସମ୍ପାଦନା କରିବା ପାଇଁ କେବେ ସଂପୂକ୍ତ ବିଭାଗ ମାନେ ପଦକ୍ଷେପ ଗ୍ରହଣ ଆଗକୁ ଆସୁଛନ୍ତି। ଯାହା ଦ୍ବାରା ଠିକ୍ ଭାବରେ କାର୍ୟ୍ଯ କରିବେ କଲିଙ୍ଗନଗର ରେ ଥିବା ସମସ୍ତ କାରଖାନା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *