ଫୋକସ ପ୍ଲସ (ବୋରିଗୁମ୍ମା)୨୬/୦୬/୨୦୨୨: କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ବିଧାୟକ ।ଏକଜୁଟ ହୋଇ ଆଗାମୀ ଦିନରେ ଉଭୟ ବିଜେପି ଓ ବିଜେଡି ବିରୋଧରେ ଲଢେଇ ପାଇଁ ଦେଲେ କର୍ମୀଙ୍କୁ ଦେଲେ ଆହ୍ୱାନ ।ବିଭିନ୍ନ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପି କୁ କଲେ ଟାର୍ଗେଟ ।ବୋରିଗୁମ୍ମା ବ୍ଲକ ବିସିଂହପୁର ପଂଚାୟତ ପୋଡାପଦର ହାଟପଦା ଠାରେ କର୍ମୀ ସମ୍ବିଳନୀ କରି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଘର ସଜାଡ଼ିବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଦୀର୍ଘ ୨୨ବର୍ଷ ଧରି ଦୁର୍ନୀତି ଭ୍ରଷ୍ଟାଚାର ରେ କରୁଛନ୍ତି।ସେହିପରି କେନ୍ଦ୍ର ରେ ମୋଦି ସରକାର ମଧ୍ୟ ତେଲ,ଡାଲି ଓ ପେଟ୍ରୋଲ ଦର ବୃଦ୍ଧି କରିବା ସାଙ୍ଗକୁ ବେକର ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛନ୍ତି।ରାଜ୍ୟ ସରକାର ଙ୍କ ଦୁନୀତି କୁ ନେଇ ଆପଣମାନେ ଖୁସିତ ବୋଲି ବୋଲି ପରିହାସ କରିବା ସହ ମୋଦିଙ୍କୁ ଙ୍କୁ ମଧ୍ୟ ଦରଦାମ ବୃଦ୍ଧି ହେଲା ଆଚ୍ଛାଦିନ ଆସିଲା ବୋଲି କଟାକ୍ଷ କରିଛନ୍ତି ବିଧାୟକ ତାର ।ପଂଚାୟତ ନିର୍ବାଚନ ପରେ ପରେ ଜୟପୁର ବିଧାୟକଙ୍କ କର୍ମୀ ସମିଳନୀକୁ ନେଇ ଜୋରଦାର ଚର୍ଚ୍ଚା । ଓଡ଼ିଶା ପିସିସି ପରିବର୍ତ୍ତନ ଓ ନବ ସଙ୍କଳ୍ପ ସମାବେଶ ପରେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଧାୟକ ନିଜର ଗଡ ସଜଡା ଆରମ୍ଭ କରିଦେଇଛନ୍ତି। ଏହି ଅବସରରେ ଜୟପୁର ନିର୍ବାଚନ ମଣ୍ଡଳୀ ବୋରିଗୁମ୍ମା ବ୍ଲକରୁ କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଛି ।କର୍ମୀ ସମିଳନୀରେ ବିଧାୟକ ଯୋଗ ଦେଇ ଜୟପୁର ନିର୍ବାଚନ ମଣ୍ଡଳୀର ବିକାଶଧାରା ଲାଗି ରହିଛି ଏବଂ ଏହା ଆଗାମୀ ଦିନରେ ବିଭିନ୍ନ ସମସ୍ୟା ପ୍ରତି ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ବିଧାୟକ। ଆଗାମୀ ଦିନରେ ବିଜେଡି ଓ ବିଜେପିଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିବା ପାଇଁ ଦଳ ପ୍ରସ୍ତୁତ ଥିବା କରିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀ ପତି।
ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତା ଙ୍କ ରିପୋର୍ଟ ଫୋକସ ପ୍ଲସ |