କର୍କଟ ରୋଗରେ ମା ଆକ୍ରାନ୍ତ,ବାପା ଆର ପାରିରେ, ପୁଅ ବେସାହାରା

ଫୋକସ ପ୍ଲସ(କୋଣାର୍କ)୦୮/୦୯/୨୦୨୨: ମା କର୍କଟ ରୋଗରେ ଆକ୍ରାନ୍ତ ଥିବା ବେଳେ ବାପା ବି ଆର ପାରିରେ ଜନ୍ମିତ ପୁଅ ବେସାହାରା ଯୋଗୁଁ ମାଗୁଛି ସରକାରୀ ସାହାଯ୍ୟ ।ବାପର ଫୋଟୋକୁ ଧରି କୁନି କୁନି ହାତରେ ପୋଛି ଦେଉଛି ଏକ ମାତ୍ର ପୁଅ । ମା ଓ ପୁଅ ଦୁହେଁ କଇଁ କଇଁ କାନ୍ଦୁଛନ୍ତି ଆରପାରିକୁ ଚାଲିଯାଇଥିବା ରଘନାଥ ଙ୍କ ଫଟୋକୁ ଧରି । ଯିଏ ଦିନେ ଏ ବୟସରେ ବାପା ମାଆ ଠାରୁ ସ୍ନେହ ଆଦର ପାଇ ଖୁସି ହେବା କଥା ସେଏବେ କେମିତି ବଞ୍ଚିବ ବୋଲି ଭାବିବାରେ ଲାଗିଛି। ଯିଏ ଦିନେ ଏବେ ମା ଆଗରେ ଅଳି ଅଝଟ କରିବା କଥା ସେ କମ୍ ବୟସରେ ମା ର ସେବା କରୁଛି । ଏ ଦୃଶ୍ୟ ହେଇଛି ଖୋଦ୍ ପୁରୀ ଜିଲ୍ଲା କାକପୁର ବ୍ଲକ ଅନ୍ତର୍ଗତ ଅବଦାନ ଗ୍ରାମ ପଞ୍ଚାୟତ ଅଧୀନ ନଡ଼ିଆ ମଠ ଗାଆଁ ର ଦୃଶ୍ୟ ।ରୋଗ ସଜ୍ୟାରେ କାନ୍ଦୁଛି ମା,ବାପାକୁ ହରାଇ କାନ୍ଦୁଛି ୧୩ ବର୍ଷର ପୁଅ ,ସାହା ନାହିଁ କି ରାହାବି ନାହିଁ, ଏପରି ହୃଦୟ ତରଳି ଗଲା ପରି ଦୃଶ୍ୟ ଦେଖିବାକୁ ମିଳିଛି। ୧୩ ବର୍ଷର ବାଳକ ଶମ୍ବୀତୀ ସ୍ୟାୟୀ ଜୀବନ କାହାଣୀ | ଜନ୍ମିତ ମା ପୁଷ୍ପଲତା ସ୍ୱାଇଁ ଆଜକୁ ୧ବର୍ଷ ଧରି କକ୍ରର୍ଟ ରୋଗରେ ଗୋପ, କାକଟପୁର, ପୁରୀ ଓ ଶେଷରେ ଭୂବନେଶ୍ୱରAIMS ମୃତ୍ୟୁ ସହ ସ°ଗ୍ରାମ କରୁଥିବା ବେଳେ ତାଙ୍କ ବାପା ରଘୁନାଥ ସ୍ୟାଇ ନିଜ ସ୍ତ୍ରୀ ଙ୍କୁ ବଞ୍ଚାଇବାକୁ ଯାଇ ଟଙ୍କା ପାଇଁ ଏଣେତେଣେ ବୁଲିବୁଲି ଜରରେ ପଢି ଆଜକୁ ୧୪ଦିନ ହେବ ମୃତ୍ୟୁ ହୋଇ ଯାଇଛି।ହେଲେ ଗୋଟିଏ ପଟେ ମା ମୃତ୍ୟୁ ସହ ସ°ଗ୍ରାସ କରୁଥିବା ବେଳେ ଅନ୍ୟ ପଟେ ଚାଷୀ ମୁଲିଆ ବାପାଙ୍କୁ ହରାଇଛନ୍ତି ପୁଅ ଶମ୍ବୀତୀ ସ୍ୱାଇଁ । ଏବେ କିପରି ମାଙ୍କ ଚିକିତ୍ସା କରିବେ କିପରି ପାଠ ପଢିବେ, କେଉଁଠି ରହିବେ,କଣ ଖାଇବେ,ଏ ସମୟରେ କିଏ ସାହା ହେବେ ତାଙ୍କୁ ଗୁହାରି କରୁଛନ୍ତି ବାଳକ ଶମ୍ବୀତୀ ସ୍ୱାଇଁ ।ଏପରି ଏକ ଖବର ଆମ ଫୋକସ ପ୍ଲସ ସାମ୍ୱାଦିକ ପହଞ୍ଚି ଥିଲା ସେହି ନଡିଆମଠ ଗ୍ରାମରେ, ପଚାରି ବୁଝିଥିଲା ଗ୍ରାମବାସୀ ସହ ପଡିଶା ଲୋକମାନଙ୍କୁ ଯାହା କହିଲେ ଆପଣମାନେ ଆଖିରେ ନଦେଖିଲେ ବିଶ୍ୱାସ କରି ପାରିବେ ନାହିଁ। ଏ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପୁରୀ ଜିଲ୍ଲା କୋଣାର୍କ ପ୍ରତିନିଧି ଆଶିଷ ରଞ୍ଜନ ମିଶ୍ର ସତରେ ଜୀବନ ଟା କେତେ ବିଚିତ୍ରକେତେବଳେ ବେଳେ କାହା ଜୀବନର ମୋଡ କଣ ହେବ କହି ହେବ ନାହିଁ ।ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗ ର ହାତ ବଢାଇଲେ ନିଶ୍ଚିତ ମାର ଚିକିତ୍ସା କରିବା ସହିତ ନିଜେ ନିଜେ ପାଠପଢି ଭଲ ମଣିଷ ଟିଏ ହୋଇ ସମାଜରେ ବଞ୍ଚିପାରିବ ।

ସାହାଯ୍ୟ କରିବା ପାଇଁ ଚାହୁଁଥିଲେ
Phone pay /Google pay- 9668124630
ପୁଷ୍ପଲତା ସ୍ୱାଇଁ

Leave a Reply

Your email address will not be published. Required fields are marked *