ଫୋକସ ପ୍ଳସ(କୋରେଇ): ଅସହାୟ ଗରିବ କର୍କଟ ପୀଡିତାଙ୍କ ପୁଅକୁ ଇଞ୍ଜିନିୟରିଙ୍ଗ ପାଠ ପଢ଼େଇବେ କୋରେଇ ବିଜେପି ର ଯୁବନେତା ତଥା ଅପ୍ସା ସାମାଜିକ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ ଆଲେକଯାଣ୍ଡାର ଦାସ |ରଣପୁର ପଞ୍ଚାୟତ ମହୁଲିଆ ଗ୍ରାମର ହିମାଂଶୁ ଶେଖର ମିଶ୍ରଙ୍କ ପତ୍ନୀ ସରିତା ମିଶ୍ର କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘଦିନ ହେବ ଚିକିତ୍ସାଧୀନ ଅଛନ୍ତି |ବାପା ମାଆଙ୍କ ଏକମାତ୍ର ପୁତ୍ର ସୁକୁମାର ମିଶ୍ର ଜଣେ ମେଧାବୀ ଛାତ୍ର |ସେ ଚଳିତ ବର୍ଷ ମାଟ୍ରିକରେ ଭଲ ନମ୍ବର ରଖି ଉତୀର୍ଣ୍ଣ ହୋଇଥିଲେ ମଧ୍ୟ ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଅଧିକ ପାଠ ପଢିବାରୁ ବଞ୍ଚିତ ଅଛନ୍ତି |
ଗରିବ ପରିବାର ହୋଇଥିବାରୁ ପତ୍ନୀଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ପୁଅର ପାଠ ପଢ଼ାରେ ଅର୍ଥ ସାଜିଛି ବାଧକ | ଏପଟେ ମାଟ୍ରିକ ପରେ ପୁଅର ଇଞ୍ଜିନିୟରିଙ୍ଗ ପାଠ ପଢ଼ିବା ସ୍ବପ୍ନ ଅଧାରେ ରହିଯାଇଛି | ଜଣେ ମେଧାବୀ ଛାତ୍ରର ଭବିଷ୍ୟତ ଅନ୍ଧାର ଆଡକୁ ଚାଲି ଯାଉଥୁବା ବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ଏହି ଯୁବ ନେତା ଆଲେକଯାଣ୍ଡାର |ତେବେ କୌଣସି ସୂତ୍ରରୁ ଖବର ପାଇ ଯୁବନେତା ଜଣକ ପହଞ୍ଚିଥିଲେ ପିଡୀତାଙ୍କ ଘରେ ଏବଂ ପରିବାର ଲୋକଙ୍କ ସହ ଆଲୋଚନା କରି ସୁବିଧା ଅସୁବିଧା ବୁଝିଥିଲେ | ଛାତ୍ର ଜଣଙ୍କର ଇଞ୍ଜିନିୟରିଙ୍ଗ ପାଠ ପଢ଼ିବାର ସ୍ବପ୍ନକୁ ପୁରା କରିବେ ବୈଷୟିକ ଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ |
ଆଲେକଯାଣ୍ଡାର ଦାସଙ୍କ ସହ ଅପ୍ସାର ଅନ୍ୟ ସଦସ୍ୟ ତଥା ବାମପନ୍ଥୀ ନେତା ଆଲୋକ ମହାନ୍ତି, ମନୋଜ ଦାସ, ରଣପୁର ପଞ୍ଚାୟତର ବରିଷ୍ଠ ନେତା ପ୍ରସନ୍ନ ମିଶ୍ର, ଆଶିଷ କୁମାର ମଧ୍ୟ ଉପସ୍ଥିତ ଥିଲେ |
କୋରେଇରୁ ପ୍ରମୋଦ ପାତ୍ରଙ୍କ ରିପୋର୍ଟ