କମିଲା ଚିକେନ୍ ଓ ମଟନ୍ ଦର

ଏବେ ଶ୍ରାବଣ ମାସ ଚାଲିଛି । ଅନେକ କାଉଡ଼ିଆ ଭକ୍ତ ଜଳାଭିଷେକ ପାଇଁ ପାଣି ଭାର ନେଇ ଯାଉଛନ୍ତି । ଏଣୁ ମାସ ବ୍ୟାପି ନିରାମିଷ ଆହାର ଗ୍ରହଣ କରୁଛନ୍ତି । କେତେକ ଶ୍ରଦ୍ଧାଳୁ ଖାଦ୍ୟରେ ତ ପିଆଜ ଓ ରସୁଣକୁ ବାଦ୍‌ ଦେଉଛନ୍ତି । ଏଣୁ ଏବେ ଆମିଷ ବଜାର ପୁରା ମାନ୍ଦା ପଡ଼ିଛି । ପୂର୍ବପରି ସହରକୁ ଯେତିକି ମାଛ ଗାଡ଼ି ଆସିବା କଥା ସେତେ ମାତ୍ରାରେ ଆସୁନାହିଁ । କିନ୍ତୁ ମାଛର ଦର ସମାନ ରହିଛି । ବଡ଼ ମାଛ କିଲୋ ପିଛା ୨ଶହ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ଛେଳି ଓ କୁକୁଡ଼ା ମାଂସ ମୂଲ୍ୟ କମିଛି ।

ଛେଳି ମାଂସ କିଲୋ ପିଛା ଶହେ ଟଙ୍କା ଓ କୁକୁଡ଼ା ମାଂସ ୫୦ ଟଙ୍କା କମିଥିବା ବ୍ୟବସାୟୀମାନେ କହିଛନ୍ତି । ଅର୍ଥାତ୍‌ ଛେଳି ମାଂସ କିଲୋ ୭ ଶହ ଓ କୁକୁଡ଼ା ମାଂସ ଦେଢ଼ଶହ ଟଙ୍କା ରହିଛି । ଏହାସତ୍ତେ୍ୱ ଆମିଷ ବାରରେ ଆମିଷ ବଜାର ଭିଡ଼ କମିଛି । ବେପାର ଭଲ ହେଉ ନ ଥିବା କିଛି ବ୍ୟବସାୟୀ କହିଛନ୍ତି । କୁକୁଡ଼ା ମାଂସ ବ୍ୟବସାୟୀ ଆବିଦ୍‌ ଖାନ୍‌ କହିଛନ୍ତି, ପ୍ରତି ଆମିଷ ବାରରେ ତାଙ୍କ ଦୋକାନକୁ ୨ଟି ଗାଡ଼ିରେ ୩୦ କ୍ୱିଣ୍ଟାଲ୍‌ କୁକୁଡ଼ା ଆସେ । ପ୍ରାୟ ୨୦ କ୍ୱିଣ୍ଟାଲ୍‌ ଚିକେନ୍‌ ବିକ୍ରି ହୁଏ । ଏବେ ଏହି ପରିମାଣ ଖସି ମାତ୍ର ୬ କ୍ୱିଣ୍ଟାଲ୍‌ ମାଂସ ବିକ୍ରି ହେଉଛି । ପୂର୍ବରୁ ଚିକେନ୍‌ କିଲୋ ପ୍ରତି ୨୦୦ ଟଙ୍କା ଥିବା ବେଳେ ଏବେ ୧୫୦ ଟଙ୍କା ରହିଛି । ଚିକେନ୍‌ର ରେଟ୍‌ କମିଛି ସତ ହେଲେ ପୂର୍ବପରି ବେପାର ହେଉନାହିଁ ।

Leave a Reply

Your email address will not be published. Required fields are marked *