କନ୍ଧମାଳ22/12/2023 (ଖବର); କନ୍ଧମାଳ ଗ୍ରସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ।୫ଟି ଅଧ୍ୟକ୍ଷ ଫୁଲବାଣୀ ବିଜୁପଟ୍ଟନାୟକ ଷ୍ଟାଡିୟମ ଠାରେ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ଯୁବ ଓଡିଶା ଓ ନବୀନ ଓଡିଶା ବିଷୟରେ ଉଦ୍ବବୋଧନ ଦେଇଥିଲେ ।ଶ୍ରୀଯୁକ୍ତ ଭିକେ ପାଣ୍ଡିୟାନକୁ ଭେଟିବାକୁ କନ୍ଧମାଳ ଜିଲ୍ଲାରୁ ହଜାର,ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।ବିଜେଡି ଦଳ ପକ୍ଷରୁ ଫୁଲବାଣୀ କୋରନେସନ୍ ପଡିଆ ଠାରେ ଶ୍ରୀ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନକୁ ସ୍ବାଗତ କରାଯାଇଥିଲା ।ସେଠାରେ ଶ୍ରୀ ଭିକେ ପାଣ୍ଡିୟାନ ଦଳିଅ ନେତା ଓ କର୍ମୀ ମାନଙ୍କୁ ଉଦ୍ବବୋଧନ ଦେବା ସହିତ ଆଗାମୀ ସାଧାରଣ ନିର୍ବାଚନ ରେ ଦଳକୁ କେମିତି ସୁଦୃଢ କରାଯାଇ ପାରିବ ,ଉଭୟ ବିଧାନସଭା ଓ ଲୋକସଭାରେ ବିଜୁଜନତା ଦଳ କିଭଳି ସଫଳ ଲାଭ କରିବ ସେ ଉପରେ ନେତା ଓ କର୍ମୀଙ୍କୁ ବୁଝାଇଥିଲେ ।ସ୍ବୟଂ ସହାୟକ ମା ମାନଙ୍କ ଆର୍ଥିକ ସ୍ଥିତିରେ ଆହୁରି କିଭଳି ଭଲ ରୋଜଗାର କ୍ଷମ ହୋଇପାରିବେ ମା ମାନଙ୍କୁ ବୁଝାଇଥିଲେ ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ବିକାଶ ଧାରା କାର୍ଯକ୍ରମ ବିଷୟରେ ଉଦ୍ବବୋଧନ ଦେଇଥିବା ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମରେ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସ, କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବାଲିଗୁଡ଼ା ବ୍ଲକ ସଭାପତି ତଥା ବାଲିଗୁଡା ବିଜେଡି ସଂଯୋଜକ ଟୁନାଦାସ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଫୁଲବାଣୀ ବିଧାୟକ ଅଗଂଦ କହଁର, ଫୁଲବାଣୀ ବିଜେଡି ଉପ ସଭାପତି ରାଜୀବ ପାତ୍ର, କ୍ଳେସ ପ୍ରଧାନ, ଅବନୀ ନାୟକ, ସହ ବହୁ ଵିଜେଡିର ଯୁବନେତା,ନେତା ଓ କର୍ମୀ ଯୋଗଦାନ କରିଥିଲେ ।
