କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ୫୯ ନମ୍ବର ଜାତିୟ ରାଜପଥ ଅବରୋଧ

କନ୍ଧମାଳ: ବାଲିଗୁଡା ସହର ରେ ବେପରୁଆ ଗାଡି ଚାଳନା କୁ ରୋକିବା ଓ ବେପରୁଆ ଗାଡି ଚାଳନା ରେ ଜଣେ ଡ୍ରାଇଭର ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା l ଡ୍ରାଇଭର ସଙ୍ଘ ପକ୍ଷରୁ ବାଲିଗୁଡା 59 ନମ୍ବର ଜାତୀୟ ରାଜପଥ ର ଗାନ୍ଧୀ ଛକ ଠାରେ ମୃତ ଡ୍ରାଇଭର ଙ୍କ ମୃତ ଦେହ ରଖି ରାସ୍ତା ଅବରୋଧ l ବାଲିଗୁଡା ସହର ରେ ଦିନକୁ ଦିନ ବେପରୁଆ ଗାଡି ଚାଳନା ବଢୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗାଡି ଚାଳନା ରେ ବହୁ ଜୀବନ ହାନୀ ହେଉଥିବା ଡ୍ରାଇଭର ସଙ୍ଘ ଦାବି କରିଛି l ଦ୍ରୁତ ଗତି ରେ ଗାଡି ଚଳାଉଥିବା ଯାନ ବାହନ ଉପରେ ରୋକ ଲଗେଇବା ସହ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଚାଳକ ବିରୋଧ ରେ ପୋଲିସ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଡ୍ରାଇଭର ସଙ୍ଘ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି l ଏଥି ସହ ମୃତ ଡ୍ରାଇଭର ଙ୍କ ପରିବାର କୁ କ୍ଷତି ପୂରଣ ସହ ନ୍ୟାୟ ପ୍ରଦାନ ଦାବି କରିଛି ଡ୍ରାଇଭର ସଙ୍ଘ l ଗତକାଲି ସନ୍ଧ୍ୟା ରେ ବାଲିଗୁଡା ରେଭିନ୍ୟୁ ବଙ୍ଗଳା ନିକଟରେ ନିଶାସକ୍ତ ଯୁବକ ର ବେପରୁଆ ଗାଡି ଚାଳନା ରେ ସୁନାପାଙ୍ଗା ର ଡ୍ରାଇଭର ସୀମା ସାହୁ ଙ୍କ ମୃତ୍ୟୁ ଘଟିଥିଲା l ଏଥିସହ 3 ଜଣ ଗୁରୁତର ହେବା ସହ 3 ଜଣ ଆହତ ହୋଇଥିଲେ l ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି

Leave a Reply

Your email address will not be published. Required fields are marked *