କଥା ଦେଇ କଥା ରଖିଲେ ଯୁବନେତା ଅବନୀ

ଫୋକସ ପ୍ଲସ(କଣିହାଁ)୧୩/୦୮/୨୦୨୨: କଥାଦେଇ କଥା ରଖିଲେ ଯୁବନେତା ଅବନୀକାନ୍ତ ସାହୁ l ଗତ କିଛି ଦିନପୂର୍ବରୁ କଣିହାଁ ଗସ୍ତରେ ଯାଇଥିଲେ ଯୁବନେତା ଅବନୀକାନ୍ତ, ମେଘନାଦଙ୍କ ଦୁର୍ଘଟଣା ଯୋଗୁଁ ଦୁର୍ଭାଗ୍ୟ ବଶତଃ ବାମ ଗୋଡ଼ଟି ସମ୍ପୂର୍ଣ କଟିଯାଇଥିଲା l ସାଧାରଣଭାବେ ସରକାର କୁତ୍ରିମ ଗୋଡ଼ଟିଏ ଦେବା ପ୍ରକ୍ରିୟା ଥିବାବେଳେ ଏହି କଥାଟି କେହି ସରକାରଙ୍କ ପାଖରେ ପହଞ୍ଚାଇ ପାରିନଥିଲେ l ନିଜ ଗ୍ରାମରେ ଅବନୀକାନ୍ତଙ୍କୁ ପାଇ ନିଜର ଦୁଃଖ ଜଣାଇଥିଲେ ଏବଂ କିଛି ଦିନ ବ୍ୟବଧାନରେ ଯୁବନେତା ବିଭାଗୀୟ ଅଫିସଙ୍କ ସହ ଆଲୋଚନା କରି ଗତକାଲି ଅନୁଗୋଳ ମୁଖ୍ୟ ହସ୍ପିଟାଲ ଠାରେ ମେଘନାଦଙ୍କୁ ବିଭାଗୀୟ କର୍ମଚାରୀଙ୍କ ଜରିଆରେ କଟିଯାଇଥିବା ବାମ ଗୋଡ ପାଇଁ ଏକ କୁତ୍ରିମ ଗୋଡର ସୁବିଧା କରିଥିଲେ l ଆଗଭଳି କଷ୍ଟ ଆଉ ପାଇବେନି ମେଘନାଦ, ଏବେ ଅନ୍ୟ ମାନଙ୍କ ଭଳି ଚାଲି ପାରିବେ, ନିଶ୍ଚୟ ଭାବରେ ଜୀବନକୁ ଖୁସି ଆଣିଦେବ ନୁଆଁ ଜୀବନ l କଥା ଦେଇ କଥା ରଖିଥିବା ଯୁବନେତା ଅବନୀଙ୍କୁ ପରିବାର ଲୋକଙ୍କ ସମେତ ନିଜେ ମେଘନାଦ ଧନ୍ୟବାଦ ନ ଦେଇ ରହି ପାରିଲେନି l ଯୁବନେତା ଅବନୀ ଏବଂ ପ୍ରଶାସନର ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ପୁଣି ଥରେ ଗ୍ରାମବାସୀଙ୍କ ଆଗରେ ଆସ୍ଥାଭାଜନ ହୋଇପାରିଛନ୍ତି ସମାଜସେବୀ ଅର୍ଥାତ ଯୁବନେତା ଅବନୀକାନ୍ତ ସାହୁ l

Leave a Reply

Your email address will not be published. Required fields are marked *