ଫୋକସ ପ୍ଲସ(କଟକ): କଟକ ବଡ ମେଡିକାଲ ପ୍ରସୂତି ବିଭାଗର ଆଇସିୟୁ ରୁ ନବଜାତ ଶିଶୁ କନ୍ୟା ଚୋରି। ଅଭିଯୋଗ ପରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି ଏସସିବି କର୍ତ୍ତୃପକ୍ଷ।ସୂଚନା ମୁତାବକ, ବିଶ୍ଵ ଏକ ନମ୍ବର ହସପିଟାଲ ହେବାକୁ ଯାଉଥିବା କଟକ ବଡ ମେଡିକାଲ ରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।ନବଜାତ ଶିଶୁ କନ୍ୟାଟି ଜଣ୍ଡିସରେ ପିଡ଼ିତ ଥିବାରୁ ଆଇସିୟୁରେ ଚିକିତ୍ସା କରାଯାଉଥିଲା।ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ନବଜାତ ଶିଶୁର ବାପା।ଏ ସଂକ୍ରାନ୍ତରେ ଏସସିବି ମେଡିକାଲ ଥାନାରେ ଶିଶୁର ବାପା ଅଭିଯୋଗ କରିଛନ୍ତି ।ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ନବଜାତ ଶିଶୁ ବାପାଙ୍କ କହିବା କଥା ସେ ଗତ ଗୁରୁବାର ଦିନ ତାଙ୍କ ସ୍ତ୍ରୀଙ୍କୁ ଏସସିବି ମେଡିକାଲ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ ।ସେହି ଦିନରେ ତାଙ୍କର ଯାଆଁଳ ଶିଶୁ କନ୍ୟା ଜନ୍ମ ନେଇଥିଲେ। ଏବଂ ଦୁଇ ଶିଶୁ କନ୍ୟା ସୁସ୍ଥ ଥିବା ବେଳେ ଆଜି ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ସକାଳେ ଉକ୍ତ ବିଭାଗର ଡାକ୍ତର କହିଥିଲେ ।
ମାତ୍ର ଆଜି ସ୍ବାସ୍ଥ୍ୟ ଚେକଅପ କରାଯିବା ସମୟରେ ସାନ ଝିଅର ଜଣ୍ଡିସ ହୋଇଥିବା ଜଣା ପଡିଥିଲା । ଏଥିପାଇଁ ଶୁଶୁ କନ୍ୟାକୁ ଆଜି ଦିନ ୧୨ଟା ସମୟରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।ଶିଶୁ କନ୍ୟାର ପିଉସୀ ଆଇସିୟୁରେ ଆଡମିଶନ କରି ଆସିବା ପରେ ଦିନ ୩ଟା ବେଳେ ଶିଶୁ କନ୍ୟା ଚୋରି ହୋଇଥିବା ପିଉସୀ ଜାଣିବାକୁ ପାଇଥିଲେ । ତେବେ ଶିଶୁର ବାପାଙ୍କ କହିବା କଥା ଯେତେବେଳେ ଆଇସିୟୁ ଭିତରକୁ କାହାକୁ ଅନୁମତି ନଥିବା ବେଳେ କେମିତି ତାଙ୍କ ଝିଅ ଚୋରି ହେଲା । ଚୋରି ପଛରେ ପ୍ରସୂତି ବିଭାଗ କର୍ମଚାରୀଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଶିଶୁ କନ୍ୟାର ବାପା ।
ଗଣିଆରୁ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ